ପ୍ରକାଶ ପାଇଲା ଯୁକ୍ତ ୨ କଟ୍‌ଅଫ୍‌ ମାର୍କ ; ତିନିଟି ଷ୍ଟ୍ରିମରେ ରେଭେନ୍ସା ହାଇଅର ସେକେଣ୍ଡାରି ସ୍କୁଲ ଆଗୁଆ

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ କଟ୍‌ ଅଫ୍‌ ମାର୍କ। ww.samsodisha.gov.in ପୋର୍ଟାଲରେ ଉପଲବ୍ଧ ହୋଇଛି ତାଲିକା। ଅଗଷ୍ଟ ୧୨ ତାରିଖ ରୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ଆଜି ପ୍ରଥମ ପର୍ଯ୍ୟାୟ ମେରିଟ ଲିଷ୍ଟ ପ୍ରକାଶ ପାଇଛି। ଆସନ୍ତା ୧୪ ରୁ ୨୧ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ପ୍ରକାଶ ପାଇଥିବା ଛାତ୍ରଛାତ୍ରୀଙ୍କ ନାମଲେଖା ହେବ। ତେବେ ତିନୋଟି ଷ୍ଟ୍ରିମରେ ରେଭେନ୍ସା ହାୟର ସେକେଣ୍ଡାରୀ ସ୍କୁଲର ସର୍ବାଧିକ କଟ୍‌ ଅଫ ମାର୍କ ରିହଛି। କଳାରେ ୭୯.୦୩% କଟ୍‌ ଅଫ୍‌ ରହିଥିବା ବେଳେ ବାଣିଜ୍ୟରେ ୮୨% ଏବଂ ବିଜ୍ଞାନରେ ୯୧.୩୩% ସହ ଆଗରେ ରହିଛି ରେଭେନ୍ସା।

ସେହିପରି ବିଜ୍ଞାନରେ ଭୁବନେଶ୍ୱରର ବକ୍ସି ଜଗବନ୍ଧୁ ହାଇଅର ସେକେଣ୍ଡାରି ସ୍କୁଲ ୯୦.୬୭%, ଗଞ୍ଜାମର ସରସ୍ୱତୀ ବିଦ୍ୟା ମନ୍ଦିର ହାଇଅର ସେକେଣ୍ଡାରି ସ୍କୁଲ, ନୀଳକଣ୍ଠ ନଗର ୮୭.୮୩%, ଉପେନ୍ଦ୍ରନାଥ ହାଇଅର ସେକେଣ୍ଡାରି ସ୍କୁଲ ୮୭.୦୫%, ଫକୀର ମୋହନ ହାଇଅର ସେକେଣ୍ଡାରି ସ୍କୁଲ ୮୬.୮୩%, ଖୋର୍ଦ୍ଧାର ବେସିକ୍ ସାଇନ୍ସ ଆଣ୍ଡ ହ୍ୟୁମାନିଟିସ୍ ହାଇଅର୍ ସେକେଣ୍ଡାରି ସ୍କୁଲ ୮୬.୬୭%, ନୟାଗଡ ହାଇଅର ସେକେଣ୍ଡାରି ସ୍କୁଲ ୮୫.୬୭%, କଟକର ଜାତୀୟ କବି ବୀର କିଶୋର ସରକାରୀ ହାଇଅର ସେକେଣ୍ଡାରି ସ୍କୁଲ ୮୫.୫%, ଗଞ୍ଜାମର ଖଲ୍ଲିକୋଟ ହାଇଅର ସେକେଣ୍ଡାରି ସ୍କୁଲ ୮୫% ଏବଂ ରମାଦେବୀ ମହିଳା ହାଇଅର୍ ସେକେଣ୍ଡାରି ସ୍କୁଲ ୮୪.୬୭%।

ତେବେ ଏଠାରେ ସୂଚନାଯୋଗ୍ୟ ଯେ, ଦ୍ବିତୀୟ ପର୍ଯ୍ୟାୟ କଟ୍ ଅଫ୍ ୨୭ ତାରିଖରେ ବାହାରିବା ପରେ ୨୯ ରୁ ଅକ୍ଟୋବର ୧ ତାରିଖ ମଧ୍ୟରେ ନାମଲେଖା ହେବ। ଏହି ଦୁଇଟି ପର୍ଯ୍ୟାୟ ନାମଲେଖା ପରେ ବଳକା ସିଟ ପାଇଁ ଅକ୍ଟୋବର ୪ ରେ ତାଲିକା, ୫ ସୁଦ୍ଧା ପଞ୍ଜିକରଣ ଏବଂ ମେରିଟ ଲିଷ୍ଟ ପରେ ଅକ୍ଟୋବର ୭ ତାରିଖରେ ନାମଲେଖା ହେବ। ଚଳିତ ବର୍ଷ ପ୍ରାୟ ୫ ଲକ୍ଷ ଯୁକ୍ତ ଦୁଇ ସିଟ୍ ପାଇଁ ଆବେଦନ କରିଛନ୍ତି ୪ଲକ୍ଷ ୭୧,୬୧୨ ଜଣ ଛାତ୍ରଛାତ୍ରୀ।

Related Posts