ବଂଚିଲାନି ବୋରୱେଲରୁ ଉଦ୍ଧାର ଶିଶୁ

ସତ୍ୟପାଠ ବ୍ୟୁରୋ : ଦୀର୍ଘ ୧୦୯ ଘଂଟାର ପରିଶ୍ରମ । ବୋରୱେଲ ଭିତରେ ଜୀବନ ମୃତ୍ୟୁର ଲଢ଼େଇ । ଶେଷରେ ଉଦ୍ଧାର ହେଲା ୨ବର୍ଷର ଶିଶୁ ହେଲେ ତାକୁ ବଂଚାଇ ହେଲାନି । ଉଦ୍ଧାର କାରୀ ଦଳ ସିନା ଶିଶୁଟିକୁ ଜୀବନ୍ତ ଉଦ୍ଧାର କଲେ ହେଲେ ଗୁରୁତର ଶିଶୁକୁ ଡାକ୍ତର ବଂଚାଇ ପାରିଲେନି । ପଂଜାବ ସଙ୍ଗରୁର ଏହି ଦୁଃଖଦ ଖବର ସମସ୍ତଙ୍କ ଆଖିକୁ ଭିଜାଇ ଦେଇଛି ।

ଗତ ଗୁରୁବାର ସଂଧ୍ୟାରେ ଖେଳୁଥିବା ବେଳେ ଶିଶୁଟି ୧୨୫ ଫୁଟ ଗଭୀର ବୋରୱେଲରେ ଖସି ପଡିଥିଲା । ବୋରୱେଲଟି ଅଣଓସାରିଆ ହୋଇଥିବାରୁ ଶିଶୁକୁ ଉଦ୍ଧାର କରିବାକୁ ୧୦୯ଘଂଟା ଲାଗି ଯାଇଥିଲା । ଆର୍ମି, ଏନଡିଆରଏଫ୍ ଓ ସ୍ଥାନୀୟ ପ୍ରଶାସନର ମିଳିତ ଉଦ୍ୟମରେ ଶିଶୁଟି ଉଦ୍ଧାର ହୋଇଥିଲା । ତେବେ ସଂକଟାପନ୍ନ ଅବସ୍ଥାରେ ତାକୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଥିବା ବେଳେ ଡାକ୍ତରଙ୍କ ସବୁ ଚେଷ୍ଟା ପରେ ବି ଶିଶୁଟି ଆଖି ବୁଜିଛି । ଏହି ଘଟଣା ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି ।

Related Posts