ଦଣ୍ଡମୁକ୍ତ ଅଞ୍ଚଳରେ ଦଣ୍ଡ: ୪ର୍ଥ ଶ୍ରେଣୀ ଛାତ୍ରୀଙ୍କୁ ମାଡ ମାରି ଲହୁଲୁହାଣ କଲେ ଶିକ୍ଷୟତ୍ରୀ

ତେଲକୋଇ : ଦଣ୍ଡମୁକ୍ତ ଅଞ୍ଚଳରେ ଦଣ୍ଡ । ପାଠ ବୁଝି ନପାରିବାରୁ ପଚାରିବାକୁ ନେଇ ମାଡ଼ ମାରିଲେ ଶିକ୍ଷୟତ୍ରୀ । ଶିକ୍ଷୟତ୍ରୀଙ୍କ ମାଡରେ ୪ର୍ଥ ଶ୍ରେଣୀର ଛାତ୍ରୀ ଲହୁଲୁହାଣ ହୋଇଛି । ଏନେଇ ଛାତ୍ରୀଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ତେଲକୋଇ ବ୍ଲକ ରାଇସୁଆଁ ପଞ୍ଚାୟତ ସମାକୋଦ ଗାଁ ପ୍ରାଥମିକ ବିଦ୍ୟାଳୟରେ । ସବୁଦିନ ଭଳି ରଞ୍ଜନ ବେହେରାଙ୍କ ୯ ବର୍ଷର ଝିଅ ରାଧାରାଣୀ ବେହେରା ସ୍କୁଲକୁ ପାଠ ପଢିବା ପାଇଁ ଯାଇଥିଲେ ।

ଶିକ୍ଷୟିତ୍ରୀ ଶୁଭସ୍ମିତା ରାଉତ ନୂଆ ବିଷୟରେ ପାଠ ପଢାଇଥିଲେ । ତାକୁ ରାଧାରାଣୀ ବୁଝି ନପାରି ଆଉଥରେ ଶିକ୍ଷୟିତ୍ରୀଙ୍କୁ ପଚାରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଶିକ୍ଷୟତ୍ରୀ ଜଣଙ୍କ ରାଧାରାଣୀଙ୍କୁ ପାଞ୍ଚଣ ବାଡିରେ ବାରମ୍ବାର ବାଡେଇ ଚାଲିଥିଲେ । ଫଳରେ ୪ର୍ଥ ଶ୍ରେଣୀର ଛାତ୍ରୀ ଜଣଙ୍କ ଲହୁଲୁହାଣ ହୋଇଥିଲେ। ଛାତ୍ରୀ ଜଣଙ୍କ ବିକଳ ହୋଇ କାନ୍ଦି ବାକୁ ଲାଗିଥିଲେ । ହେଲେ ଶିକ୍ଷୟିତ୍ରୀଙ୍କ ରାଗ ସେତିକିରେ ସରିନଥିଲା ସେ ରାଧାରାଣୀଙ୍କୁ ସେ ସ୍କୁଲରୁ ବାହାର କରିଦେଇ ତୁମ ଘରେ ଯା କାନ୍ଦିବୁ ବୋଲି କହିଥିଲେ । ଛାତ୍ରୀ ଜଣଙ୍କ ଘରକୁ କାନ୍ଦି କାନ୍ଦି ଆସି ପହଞ୍ଚି ଘରେ ସବୁକଥା କହିଥିଲେ ।

ଗତକାଲି ସଂଧ୍ୟା ହୋଇଯିବା ଫଳରେ ରାଧାରାଣୀଙ୍କୁ ବାପା ରଞ୍ଜନ ମେଡିକାଲ ନେଇ ପାରିନଥିଲେ । ଆଜି ସକାଳୁ ରଞ୍ଜନ ରାଧାରାଣୀଙ୍କୁ ନେଇ ମେଡିକାଲ ଯିବା ସହ କାଳିଆହତା ଫାଣ୍ଡିରେ ଅଭିଯୋଗ କରିଛନ୍ତି । ଏନେଇ ଆମେ ସିଆରସିସି କମଳ ଲୋଚନ ନାୟକଙ୍କ ସହ ଯୋଗାଯୋଗ କରିଥିଲୁ । ଘଟଣାଟି ସତ ବୋଲି ସେ କହିଥିଲେ

Related Posts