ଆସନ୍ତା ୨୨ ତାରିଖରୁ +୨ ଛାତ୍ରୀଛାତ୍ରଙ୍କ ପାଠପଢ଼ା ଆରମ୍ଭ

ଭୁବନେଶ୍ୱର: ୨୨ ତାରିଖରୁ ଆରମ୍ଭ ହେବ +୨ ଛାତ୍ରୀଛାତ୍ରଙ୍କ ପାଠପଢ଼ା । ମଙ୍ଗଳବାର ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟରେ ବର୍ତ୍ତମାନ ସାଢ଼େ ୩ ଲକ୍ଷ ପିଲା ନାମ ଲେଖାଇ ସାରିଲେଣି। ତେଣୁ ଆଉ ବିଳମ୍ବ ନକରି କ୍ଲାସ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି।

ବର୍ତ୍ତମାନ କିଛିି ଛାତ୍ରୀଛାତ୍ରଙ୍କ ନାମଲେଖା ହୋଇ ନ ଥିବା ବେଳେ ସେମାନଙ୍କର ଆସନ୍ତା ୧୭ ତାରିଖରେ ନାମଲେଖା ହେବ। ତେବେ ତାହା ପୂର୍ବରୁ ଅନ୍ୟ ପିଲାଙ୍କ ପାଠପଢ଼ା ହେବ ବୋଲି ମନ୍ତ୍ରୀ କହିଛନ୍ତି।

Related Posts