ପଞ୍ଜାବ ପଲିଟିକ୍ସ; ପ୍ରତିବନ୍ଧକ ପରେ ରଣନୀତି ବଦଳାଇଲେ ରାଜନୈତିକ ଦଳ; ଡିଜିଟାଲ ପ୍ରଚାର କରି ଲୋକଙ୍କ ପାଖରେ ପହଞ୍ଚୁଛନ୍ତି ନେତା; ଚିନ୍ତାରେ ନିର୍ବାଚନ କମିଶନ

ଚଣ୍ଡିଗଡ଼(ସତ୍ୟପାଠ ବ୍ୟୁରୋ): ଦେଶର ଅନେକ ରାଜ୍ୟମାନଙ୍କରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏନେଇ ରାଜନୈତିକ ଦଳମାନେ ନିଜର ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି । ଏହା ମଧ୍ୟରେ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗ ଗାଇଡଲାଇନ ଜାରି କରିଦେଇଛି । ଗାଇଡଲାଇନ ଅନୁସାରେ ନିର୍ବାଚନ ରାଲି ଓ ରାସ୍ତାଘାଟ ଉପରେ ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏସବୁକୁ ଦୃଷ୍ଟିରେ ରଖି ନେତାମାନେ ପ୍ରଚାର କରିବାର ନୂଆ ପଦ୍ଧତିକୁ ଆପଣାଉଥିବାର ଦେଖିବାକୁ ମିଳିଛି । ତେବେ ନେତାମାନେ ୟୁଟ୍ୟୁବ ଚ୍ୟାନେଲକୁ ସାକ୍ଷାତକାର ଦେଉଛନ୍ତି । ଏବଂ ଭୋଟରଙ୍କ ମତାମତ ଜାଣିବାକୁ ବିଭିନ୍ନ ହ୍ୱାଟ୍ସଅପ ଗ୍ରୁପରେ ସର୍ଭେ କରୁଛନ୍ତି ।

ସେପଟେ ରାଜନେତାମାନଙ୍କର ଡିଜିଟାଲ ପ୍ରଚାର ନିର୍ବାଚନ ଆୟୋଗକୁ ଚିନ୍ତାରେ ପକାଇଛି । କାହିଁକିନା ନିର୍ବାଚନ ଆୟୋଗ ରାଲି, ଖୋଲା ସମାବେଶ, ଏବଂ ନେତାମାନଙ୍କୁ ନଜର ରଖୁଥିଲେ । ଏବଂ ସେମାନଙ୍କୁ ତାଗିଦ କରୁଥିଲେ । ହେଲେ ଡିଜିଟାଲ ପ୍ରଚାରରେ ନେତାମାନେ ଅନେକ ସୋସିଆଲ ମିଡିଆ ଆପ ସାହାଯ୍ୟରେ ପ୍ରଚାର କରୁଛନ୍ତି । ଫଳରେ ନିର୍ବାଚନ କମିଶନ ଭୁଲ ଧରିବା ପାଇଁ ବାଟ ପାଇ ପାରୁନାହିଁ । ଯାହାକୁ ଚିନ୍ତାର ବିଷୟ ଅଟେ ।

Related Posts