ମିଛ କହିଥିଲେ ମୋଦି ? ଟିକା ତିଆରି କରିବା ପାଇଁ ପିଏମ କେୟାର ଫଣ୍ଡରୁ ଦିଆଯାଇ ନାହିଁ ୧୦୦ କୋଟି ଟଙ୍କା

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଦେଶର କିଛି ବର୍ଷ ହେବ କୋଭିଡ ତାର କାୟା ବିସ୍ତାର କରିଚାଲିଛି । ପ୍ରଥମ ଲୋହରରୁ ଆରମ୍ଭ ହୋଇ ବର୍ତ୍ତମାନ ତୃତୀୟ ଲୋହର ପର୍ଯ୍ୟନ୍ତ ପହଞ୍ଚିଛି । ଏହାର ପ୍ରଭାବରେ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇ ମଧ୍ୟ ସାରିଲେଣି । ବିଶେଷକରି ଏହାର ପ୍ରଭାବରେ ମଧ୍ୟମଶ୍ରେଣୀ ବ୍ୟକ୍ତି ଓ ଦିନମଜୁରିଆମାନେ ବେଶ ଆର୍ଥିକ ଅନଟନରେ ଗତି କରୁଛନ୍ତି । ଏପରି ପରିସ୍ଥିିତିରେ ତାଙ୍କୁ ସାହାଯ୍ୟ କରିବା ପାଇଁ ବିଭିନ୍ନ ସଂସ୍ଥାମାନେ ଆଗେଇ ଆସିଥିଲେ । ଏମାନଙ୍କ ମଧ୍ୟରୁ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡ ଅନ୍ୟତମ । ଦରକାରୀ ପରିବାରକୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ଦେଶର କୋଣ ଅନୁକୋଣରୁ ଲୋକମାନେ ଏହି ଯୋଜନାରେ ନିଜକୁ ସାମିଲ କରିଥିଲେ । ହେଲେ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡ ୧୦୦ କୋଟି ଟଙ୍କା ଆବଣ୍ଟନ କରିବାରେ ବିଫଳ ହୋଇଥିବାର କଥା ସାମ୍ନାକୁ ଆସିଛି । ସେପଟେ ପିଏମ କେୟାର ଫଣ୍ଡର ଅନୁଦାନ ଜାଣିବା ପାଇଁ ବାରମ୍ବାର ନୌସେନାର ପୂର୍ବତନ ଅଧିକାରୀ କମୋଡୋର ଲୋକେଶ ବାତ୍ରା ଅପିଲ କରିଆସୁଥିଲେ ।

କିନ୍ତୁ ତାଙ୍କୁ ନିରାଶ ହେବାକୁ ପଡ଼ିଛି । ଏହା ପରେ ସେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ଟିକା ବିକଶିତ କରିବା ପାଇଁ ଭାରତର କୌଣସି ବିଭାଗ ପିଏମ କେୟାର ଫଣ୍ଡରୁ ଟଙ୍କାଟିଏ ମଧ୍ୟ ପାଇନାହିଁ । ଟିକାକରଣ ଆରମ୍ଭ ହେବା ପରଠାରୁ ଏହାର ଯୋଗାଣରେ ଅନେକ ବିଭ୍ରାଟ ଦେଖିବାକୁ ମିଳିଥିଲା । ଏପରିକି ଜରୁରୀକାଳିନ ସ୍ଥିତିରେ ନାଗରିକମାନଙ୍କୁ ସହାୟତା ପ୍ରଦାନ କରିବା ଉଦ୍ଦେଶ୍ୟରେ ପ୍ରତିଶୃତି ମୁତାବକ ୧୦୦ କୋଟି ଟଙ୍କା ଦେବାରେ ଭାରତ ସରକାର ବିଫଳ ହୋଇଛନ୍ତି । ଅନ୍ୟପଟେ ମୋଦି ସରକାର ଭାରତକୁ କୋଭିଡ-୧୯ ଲଢ଼େଇ ପାଇଁ ୩,୧୦୦ କୋଟି ଟଙ୍କା ସହାୟତା ଦେବେ । ଏହା ସହ କୋଭିଡ ଟିକା ବିକାଶ ଓ ପ୍ରସ୍ତୁତକାରୀଙ୍କୁ ପିଏମ କେୟାର ଫଣ୍ଡରୁ ୧୦୦ କୋଟି ଟଙ୍କା ଦିଆଯିବ । ପ୍ରିନ୍ସପାଲ ସାଇଣ୍ଟିଫିକ ଆଡଭାଇଜର କେ. ବିଜୟ ରାଘବନଙ୍କ ତତ୍ତ୍ୱବଧାନରେ ଏହି ପାଣ୍ଠିର ଉପଯୁକ୍ତ ବିନିଯୋଗ କରାଯିବ ବୋଲି ଏଥିରେ ପ୍ରତିଶୃତି ଦିଆଯାଇଥିଲା ।

ତେବେ ଏହା ୨୦୨୦ ମସିହା ମେ’ ୧୩ ତାରିଖରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଥିଲା । କିନ୍ତୁ ପିଏମ କେୟାର ଫଣ୍ଡର ଅନୁଦାନ ବିଷୟରେ ଜାଣିବା ପାଇଁ ୨୦୨୧ ଜୁଲାଇ ୧୬ ତାରିଖରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିକଟରେ କୋମୋଡୋର ଲୋକେଶ ବାତ୍ରା ଏକ ଆବେଦନ କରିଥିଲେ । ଏପରିକି ଭ୍ୟାକ୍ସିନ ନିର୍ମାଣ ପାଇଁ ପିଏମ କେୟାର ଫଣ୍ଡରୁ କେତେ ଟଙ୍କା ଖର୍ଚ୍ଚ ହୋଇଛି, ତାହା ଜାଣିବାକୁ ଚାହିଁଥିଲେ । ଏଥିସହ ଟିକା ବିକାଶ ପ୍ରକିୟାରେ ନିୟୋଜିତ ଥିବା ସରକାରୀ କତ୍ତୃପକ୍ଷ, କମ୍ପାନୀ, ସଂସ୍ଥାଗୁଡ଼ିକର ନାମ ମଧ୍ୟ ସେ ଜାଣିବାକୁ ଚାହିଁଥିଲେ । ଉତ୍ତର ନମିଳିବାରୁ ସେ ବାରମ୍ବାର ରିମାଣ୍ଡର ମଧ୍ୟ ଦେଇଥିଲେ । ଏହା ମଧ୍ୟରେ ଟିକା ବିକଶିତ କରିବା ପାଇଁ କୌଣସି କମ୍ପାନୀକୁ ଟଙ୍କା ଦିଆଯାଇନଥିବା ବିଷୟରେ ଆବେଦନର ଚାରି ମାସ ପରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍ୱୀକାର କରିଥିଲେ । ତେବେ ଟିକା ବିକଶିତ କରିବା ପାଇଁ ପିଏମ କେୟାର୍ସ ପାଣ୍ଠିରୁ ଟଙ୍କାଟିଏ ବି ମିଳିନାହିଁ ।

ଏହାସହ ସିପିଆଇଓ ଅଫିସ ଉକ୍ତ ଆବେଦନକୁ ପିଏମଓ, ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ଏବଂ ବାୟୋଟେକ୍ନୋଲୋଜି ବିଭାଗକୁ ପଠାଇଦେଇଥିବା କଥା କୋଭିଡ-୧୯ ଭ୍ୟାକ୍ସିନ ପ୍ରଶାସନ ଶାଖା ପକ୍ଷରୁ କୁହାଯାଇଥିଲା । ପରେ ପ୍ରଥମ ଅପିଲେଟ କତ୍ତୃପକ୍ଷ କହିଥିଲେ, ପିଏମ କେୟାର୍ସ ପାଣ୍ଠିରୁ ଟିକା ପାଇଁ ଅର୍ଥ ଦିଆଯାଇ ନାହିଁ ବୋଲି ଆଇସିଏମଆର ଦର୍ଶାଇଛନ୍ତି । ତେଣୁ ବାତ୍ରାଙ୍କ ଆବେଦନର ଜବାବ ଦିଆଯିବ ନାହିଁ । ପିଏମଓ ଏନେଇ କିଛି ଉତ୍ତର ନଦେବାରୁ ବାତ୍ରା ସେପ୍ଟେମ୍ବର ୮ ତାରିଖରେ ପୁଣି ଅପିଲ କରିଥିଲେ ।

ଦୁଇଦିନ ପରେ ସିପିଆଇଓ ଅଫିସ ପକ୍ଷରୁ କୁହାଯାଇଥିଲା, ପିଏମ କେୟାର୍ସ ଫଣ୍ଡ ଆରଟିଆଇ ଆଇନ, ୨୦୦୫ ଧାରା ୨(ଏଚ) ଅନୁସାରେ ଏକ ସରକାରୀ କତ୍ତୃପକ୍ଷ ରୂପେ ଆସୁ ନାହିଁ । ପରବର୍ତ୍ତୀ ସମୟରେ ନୀତି ଆୟୋଗ ଏବଂ ସେଣ୍ଟ୍ରାଲ ଡ୍ରଗ ଷ୍ଟାଣ୍ଡଡରସ କଣ୍ଟ୍ରୋଲ ଅର୍ଗାନାଇଜେସନଙ୍କ ନିକଟକୁ ବାତ୍ରାଙ୍କ ଆବେଦନ ପଠାଇ ଦିଆଯାଇଥିଲା । ସେପ୍ଟେମ୍ବର ୧୪ ତାରିଖରେ ସିଡିଏସସିଓ ନିଜ ୱେବସାଇଟରେ ବାତ୍ରାଙ୍କ ଆବେଦନର ଉତ୍ତର ରଖିଥିଲେ ।

Related Posts