ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଜାବର ସମସ୍ତ ସିଟର ଟ୍ରେଣ୍ଡ ସାମ୍ନାକୁ ଆସିଛି । ଏଥିରେ ଆମ ଆଦମୀ ପାର୍ଟି ଏକ ସ୍ୱଚ୍ଛ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏହା ମଧ୍ୟରେ ଆପ ନେତା ରାଘବ ଚଡ୍ଡା ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ପଞ୍ଜାବକୁ ଆଉ ଉଡ଼ତା ପଞ୍ଜାବ ନୁହଁ ବରଂ ଉଠତା ପଞ୍ଜାବ ନାମରେ ପରିଚିତ କରାଯିବ । ପଞ୍ଜାବରେ ସଂଖ୍ୟାଗରିଷ୍ଠତା ହାସଲ ପଛରେ ସମସ୍ତ ଶ୍ରେୟ ଆପର ସଦସ୍ୟଙ୍କୁ ଯାଉଛି ।
କାହିଁକିନା ସେମାନେ ଦିନରାତି ପରିଶ୍ରମ କରିନଥିଲେ ଆପ ପଞ୍ଜାବରେ ସଂଖ୍ୟା ଗରିଷ୍ଠତା ହାସଲ କରିପାରିନଥାନ୍ତି ବୋଲି ଆପ ନେତା ରାଘବ ଚଡ୍ଡା କହିଛନ୍ତି । ଅନ୍ୟପଟେ ପଞ୍ଜାବରେ ଆପ ୮୯, କଂଗ୍ରେସ ୧୩, ଅକାଳି ଦଳ ୯ଟି, ବିଜେପି ୫ଟି ଓ ଅନ୍ୟାନ୍ୟ ଦଳ ଗୋଟିଏ ଆସନ ପାଇଛନ୍ତି ।