
ମୁମ୍ଵାଇ : ସିଦ୍ଧୁ ମୁସେୱାଲାଙ୍କ ପରେ ବର୍ତ୍ତମାନ ପଞ୍ଜାବୀ ଗାୟକ ଆଲଫାଜଙ୍କ ଉପରେ ମାରାତ୍ମକ ଆକ୍ରମଣ କରାଯାଇଛି। ଶନିବାର ଦିନ ରାପର ହନି ସିଂଙ୍କ ବନ୍ଧୁ ଆଲଫାଜଙ୍କୁ ଆକ୍ରମଣ କରାଯାଇଛି । ଏନେଇ ସେ ଟ୍ବିଟ୍ କରି କହିଥିଲେ କି ଯିଏ ଏମିତି କରିଛି ଛାଡିବି ନାହିଁ । ବର୍ତ୍ତମାନ ଅଲଫାଜ୍ ମୋହାଲିର ଫୋର୍ଟିସ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ହନି ଏବେ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ କହିଛନ୍ତି।
ଅଲଫାଜଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ବର୍ଣ୍ଣନା କରି ହନି ଲେଖିଛନ୍ତି, ‘ମୁଁ ଅଲଫାଜଙ୍କୁ ଭେଟିବାକୁ ଡାକ୍ତରଖାନାକୁ ଆସିଥିଲି। ଏବେ ବି ଆଇସିୟୁରେ ଅଛନ୍ତି ଏବଂ ତାଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କ ପାଇଁ ପ୍ରାର୍ଥନା କର। ‘ ଏହା ବତୀତ ସେ ଆହୁରି ଲେଖିଛନ୍ତି – ମୋ ଭାଇ ପାଇଁ ପ୍ରାର୍ଥନା କର। ଅନେକ ପ୍ରଶଂସକ ଏହି ପୋଷ୍ଟରେ ମନ୍ତବ୍ୟ ଦେଇଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରିଛନ୍ତି।
ପ୍ରଶଂସକ ତାଙ୍କ ଫ୍ୟାନ୍ ପେଜ୍ରେ ଅଲଫାଜଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କରୁଛନ୍ତି। ହନି ସିଂ ଏହା ମଧ୍ୟ କହିଛନ୍ତି ଯେ ମୋହାଲି ପୋଲିସ ଆକ୍ରମଣକାରୀଙ୍କୁ ଗିରଫ କରିଛି। ଏନେଇ ହନି ପୋଲିସ୍କୁ ଧନ୍ୟବାଦ ଦେଇଛନ୍ତି। କହିବାକୁ ଗଲେ ହନି ଏବଂ ଅଲଫା ଅନେକ ଥର ଏକାଠି କାମ କରିଛନ୍ତି।