ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ବାଲା ହତ୍ୟାକାଣ୍ଡ ଘଟଣା: ହତ୍ୟାରେ ବ୍ୟବହୃତ ବନ୍ଧୁକ ଜବତ

ଚଣ୍ଡିଗଡ: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ବାଲା ହତ୍ୟାକାଣ୍ଡ ଘଟଣାରେ ପୋଲିସକୁ ମିଳିଲା ସଫଳତା । ହତ୍ୟାରେ ବ୍ୟବହୃତ ବନ୍ଧୁକ ଜବତ କରିଛି ପୋଲିସ । ଏହି ଘଟଣାରେ ଫରେନସିକ ଟେଷ୍ଟରୁ ଜଣା ପଡିଛି ଯେ ମୁସେୱାଲାଙ୍କୁ ହତ୍ୟା କରିବା ପାଇଁ ଅଭିଯୁକ୍ତ ଏହି ବନ୍ଧୁକର ବ୍ୟବହୃତ କରିଥିଲେ । ଅମୃତସରର ଅଟାରୀ ସୀମା ନିକଟରେ ଏହି ଏନକାଉଣ୍ଟର ହୋଇଥିଲା ।

ରବିବାର ଆସିଥିବା ଫରେନସିକ୍ ଟେଷ୍ଟ ରିପୋର୍ଟରେ ଦର୍ଶାଯାଇଛି ଯେ, ଗାୟକଙ୍କୁ ହତ୍ୟା କରିବା ପାଇଁ ବ୍ୟବହୃତ ହୋଇଥିବା ଦୁଇ ଅଭିଯୁକ୍ତ ଶାର୍ପସୁଟର ମନପ୍ରୀତ ମନନୁ ଏବଂ ଜାଗ୍ରୁପ ରୂପାଙ୍କ ସହ ପୋଲିସର ମୁକାବିଲା ସମୟରେ AK47 ରାଇଫଲ ଏବଂ 9 ଏମଏମ ପିସ୍ତଲ ଜବତ କରାଯାଇଥିଲା ।

କାନ୍ନାଡାର ଜଣେ ଗ୍ୟାଙ୍ଗଷ୍ଟାର ଗୋଲ୍ଡି ବ୍ରାର ଅଭିଯୁକ୍ତଙ୍କୁ ଅସ୍ତ୍ର ଯୋଗାଉଥିଲେ ବୋଲି ଜଣାପଡିଛି । ତେବେ ପୋଲିସର କହିବା ଅନୁସାରେ, ମାନୁ AK 47 ରୁମୁସେଓ୍ବାଲାଙ୍କୁ ଗୁଳି ଚଳାଇଥିଲେ । ଏଥିସହ ବ୍ୟାକଅପ ଯୋଗାଇବା ପାଇଁ କାଶୀଶ, ଫଉଜି ଏବଂ ସେରସାଙ୍କୁ ବିଭିନ୍ନ ଅସ୍ତ୍ର ଦିଆଯାଇଥିଲା ବୋଲି ପୋଲିସ ପକ୍ଷରୁ ଜଣାପଡିଛି ।

Related Posts