ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ବଢ଼ିଲା ଅଡ଼ୁଆ; ପାତ୍ରା ଚୌଲ ମାମଲାରେ ଅଗଷ୍ଟ ୨୨ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଲେ ଅଦାଲତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ଅଡ଼ୁଆ ଧୀରେ ଧୀରେ ବଢ଼ିବାରେ ଲାଗିଛି। ସୋମବାର ମୁମ୍ବାଇର ଏକ କୋର୍ଟ ସଞ୍ଜୟ ରାଉତଙ୍କୁ ପାତ୍ରା ଚୌଲ ଅର୍ଥ ଅନିୟମିତତା ମାମଲାରେ ଅଗଷ୍ଟ ୨୨ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ତେବେ ଗତ ଗୁରୁବାର ଦିନ କୋର୍ଟ ରାଉତଙ୍କୁ ଅଗଷ୍ଟ ୮ ପର୍ଯ୍ୟନ୍ତ ଇଡି ହେପାଜତକୁ ପଠାଇ ଥିଲେ ।ସଞ୍ଜୟ ରାଉତ ଙ୍କୁ ଏହା ପୂର୍ବରୁ ଇଡି ଆଠ ଦିନ ପର୍ଯ୍ୟନ୍ତ ତାଙ୍କ ହେପାଜତକୁ ନେଇଥିଲା। ଓ ଏହି ସମୟରେ ପଚାର ଉଚରା ବେଳେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ତାଙ୍କ ଠାରୁ ମିଳିଥିବା ଇଡି କୋର୍ଟରେ କହିଛି।

ସୂଚନାଯୋଗ୍ୟ ଯେ, ମୁମ୍ବାଇର ପାତ୍ରା ଚୌଲ ଉନ୍ନତୀକରଣ କାର୍ଯ୍ୟରେ ସଞ୍ଜୟଙ୍କ ସ୍ତ୍ରୀ ଏବଂ ସହଯୋଗୀଙ୍କ ସଂପୃକ୍ତି ନେଇ ଅନିୟମିତତା ଅଭିଯୋଗ ହୋଇଛି। ଏନେଇ ମୁମ୍ବାଇର ବକୋଲା ଥାନାରେ ଜଣେ ମହିଳା ସଞ୍ଜୟଙ୍କ ବିରୋଧରେ ଏକ ଏଫଆଇଆର ରୁଜୁ କରିଥିଲେ। ଏହାପରେ ସିଆରପିଏଫ ଯବାନଙ୍କ ସହାୟତାରେ ଇଡି ସଞ୍ଜୟ ରାଉତଙ୍କ ଘର ମୈତ୍ରୀ ବଙ୍ଗଳାରେ ରେଡ ଆରମ୍ଭ କରିଥିଲା। ଦୀର୍ଘ ୯ ଘଣ୍ଟା ସଞ୍ଜୟଙ୍କ ଘରେ ଛାନଭିନ କରିବା ପରେ ସଞ୍ଜୟଙ୍କ ଘରୁ ଇଡି ୧୧ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଥିଲା। ତେବେ ଏହି ମାମଲା ରେ ସଞ୍ଜୟଙ୍କ ପତ୍ନୀ ବର୍ଷା ରାଉତ୍ ଙ୍କୁ ମଧ୍ୟ ଜେରା କରିଛି ଇଡି। ଶନିବାର ଇଡି ଏହି ମାମଲାରେ ବର୍ଷା ଙ୍କୁ ୯ଘଣ୍ଟା ରୁ ଉର୍ଦ୍ଧ ସମୟ ଜେରା କରିଥିଲା ଓ ତାଙ୍କ ବୟାନ ରେକର୍ଡ କରିଥିଲା।

Related Posts