ପଂଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ମାମଲା: ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ନୂଆଦିଲ୍ଲୀ : ପଂଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାକୁ ନେଇ ଏବେ ସରଗରମ ହୋଇଉଠିଛି ପଂଜାବ ରାଜନୀତି | ବିରୋଧୀଙ୍କ ଟାର୍ଗେଟ ର ଶିକାର ହୋଇଛନ୍ତି ଶାସକ ଦଳ | ଏଥିସହ ପଂଜାବରେ ଆଇନ ଶୃଙ୍ଖଳା ସ୍ଥିତି ବିଗିଡ଼ି ଯାଇଛି | ଯାହାକୁ ନେଇ ବିରୋଧୀ ଦଳ ନେତାମା‌ନେ ଆପ୍‌କୁ ଦାୟୀ କରିଛନ୍ତି।

ମୁସେୱାଲାଙ୍କ ହତ୍ୟା ଏକ ଜଘନ୍ୟ ହତ୍ୟାକାଣ୍ଡ ବୋଲି ପଂଜାବ କଂଗ୍ରେସ କହିଛି ଏବଂ ଉକ୍ତ ଘଟଣାରେ ଏନ୍‌ଆଇଏ ତଦନ୍ତ ଦାବି କରିଛି ଓ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ଙ୍କ ଇସ୍ତଫା ଦାବି କରିଛି। ପଂଜାବ କଂଗ୍ରେସ ମୁଖ୍ୟ ଅମରିନ୍ଦର ସିଂହ ରାଜା କହିଛନ୍ତି, ମୁସେୱାଲାଙ୍କ ହତ୍ୟା ହେଉଛି ଏକ ରାଜନୈତିକ ହତ୍ୟା ଏବଂ ଏଥିପାଇଁ ଷଡ଼ଯନ୍ତ୍ର ହୋଇଥିଲା। କଂଗ୍ରେସ ପକ୍ଷରୁ ଆଜି ଏକ ଟ୍ବିଟ୍‌ କରି କୁହାଯାଇଛି, ଯଦି ଜଣେ ନେତା ଏବଂ ଜଣେ ଖ୍ୟାତନାମା କଳାକାରଙ୍କୁ ସୁରକ୍ଷା ମିଳିପାରୁନି ତେବେ ସାଧାରଣ ଲୋକଙ୍କ ଅବସ୍ଥା କ’ଣ ହେବ।

ସୂଚନାଯୋଗ୍ୟ, ଗତକିଛି ଦିନ ତଳେ ପଂଜାବରେ ଆପ୍‌ ସରକାର ପ୍ରଥମେ ୪୨୪ ଲୋକଙ୍କ ସୁରକ୍ଷା କମାଇଲେ। ଏହାପରେ ସେମାନେ ଏହି ତାଲିକାକୁ ସାର୍ବଜନୀନ କଲେ। ଏହାପରେ ସିଦ୍ଧୁ ମୁସେୱାଲାଙ୍କୁ ଦିବାଲୋକରେ ହତ୍ୟା କରାଗଲା । ଆପ୍‌ର ବିପଜ୍ଜନକ ରାଜନୀତିର ଏହା ପରିଣାମ ବୋଲି କଂଗ୍ରେସ ପକ୍ଷରୁ ଟ୍ବିଟ୍‌ କରି କୁହାଯାଇଛି। କେନ୍ଦ୍ର ମନ୍ତ୍ରୀ ମିନାକ୍ଷୀ ଲେଖୀ କହିଛନ୍ତି, ଏହା ପ୍ରଥମ ହତ୍ୟା ନୁ‌ହେଁ। ପଂଜାବରେ ଆପ୍‌ ସରକାର ଆସିବାପରେ ଏହା ୯୦ତମ ହତ୍ୟା।

ସିଦ୍ଧୁଙ୍କ ଉପରକୁ କରାଯାଇଥିଲା ୩୦ ରାଉଣ୍ଡ ଗୁଳି ପାୟାରିଂ। ଅତ୍ୟାଧୁନିକୁ ବନ୍ଧୁକ ସାହାଯ୍ୟରେ ତାଙ୍କ ଉପରକୁ ଗୁଳିମାଡ ହୋଇଥିଲା। ତାଙ୍କ ଦେହରୁ ୨୪ଟି ଗୁଳି ବାହାରିଥିବା ବେଳେ ତାଙ୍କ ମୁଣ୍ଡ ହାଡରେ ମଧ୍ୟ ଗୋଟିଏ ଗୁଳି ଲାଗିଛି। ସିଦ୍ଧୁଙ୍କ ବ୍ୟବଚ୍ଛେଦ ରିପୋର୍ଟରୁ ଏଭଳି କିଛି ଖୁଲାସା ହୋଇଛି।

Related Posts