ପୁରୀରେ ପ୍ରମେୟ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ : ମରୁ ମରୁ ବଂଚିଗଲେ ସାମ୍ବାଦିକ

ସତ୍ୟପାଠ ବ୍ୟୁରୋ : ବଡଦାଣ୍ଡରେ ଗୋଡେଇ ଗୋଡେଇ ପିଟିଥିଲା ପୁଲିସ । ଏବେ ବିଚ ରାସ୍ତାରେ କୁଟି ଦେଇଗଲେ ଗୁଣ୍ଡା । ପୁରୀ ବାଲୁଖଣ୍ଡ ଅଭୟାରଣ୍ୟରୁ ବାଲିଚୋରି ଓ ହରିଣ ଶୀକାର କରୁଥିବା ମାଫିଆଙ୍କ ଟାର୍ଗେଟରେ ପ୍ରମେୟ ସାମ୍ବାଦିକ ବିକ୍ରମ ଆଚାର୍ଯ୍ୟ । ଖବର ସଂଗ୍ରହ କରୁଥିବା ବେଳେ ଦିନ ଦିପହରରେ ବିଚ୍ ରାସ୍ତାରେ ଗୋଡେଇ ଗୋଡେଇ କରିଛନ୍ତି ଆକ୍ରମଣ । କାଠ ଫାଳିଆରେ ବିକ୍ରମଙ୍କୁ ପିଟି ପିଟି ମାରିଦେବାକୁ ଉଦ୍ୟମ କରୁଥିବା ବେଳେ ମୂମୁର୍ଷୁ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି ସାମ୍ବାଦିକ । ପୁରୀ କୋଣାର୍କ ମେରାଇନ ରାସ୍ତାର ବେଲେଶ୍ୱର ପାଟଣା ଛକରେ ଶୁକ୍ରବାର ଘଟିଥିବା ଏହି ଘଟଣା ପୁଣି ଥରେ କହିବାକୁ ବାଧ୍ୟ କରିଛି ରାଜ୍ୟରେ ଅସୁରକ୍ଷିତ ସାମ୍ବାଦିକ ।

ସବୁଠୁ ବଡ କଥା ହେଲା, ବାଲୁଖଣ୍ଡ ଅଭୟାରଣ୍ୟରୁ ବାଲିଚୋରୀ ଓ ହରିଣ ଶୀକାର ଖବର ଲଗାତର ପ୍ରକାଶ କରିଥିଲେ ସାମ୍ବାଦିକ ବିକ୍ରମ । ଫଳରେ ମାଫିଆଙ୍କ କାର୍ଯ୍ୟକଳାପରେ ରୋକ ଲାଗିଥିଲା । ଖାଲି ସେତିକି ନୁହେଁ, ପୁରୀ ସହରରେ ବୃଦ୍ଧି ପାଉଥିବା ଅପରାଧିକ କାର୍ଯ୍ୟକଳାପ ଓ ଅପରାଧ ଦୁନିଆର ଟିକିନିଖି ଖବର ନିଜର ଶାଣିତ ଶବ୍ଦରେ ଲୋକଙ୍କ ପାଖର ପହଂଚାଉଥିଲେ ବିକ୍ରମ । ଯେଉଁଥିପାଇଁ ପୁଲିସ ଓ ଅପରାଧିଙ୍କ ମିଳିତ ମୁଣ୍ଡବିନ୍ଧାର କାରଣ ପାଲଟିଥିଲେ ସାମ୍ବାଦିକ ବିକ୍ରମ ଆଚାର୍ଯ୍ୟ ।

ଏକ କାର ଦୁର୍ଘଟଣାର ଖବର ପାଇ ବେଲେଶ୍ୱର ପାଟଣା ଯାଇଥିଲେ ବିକ୍ରମ । କିନ୍ତୁ ସେଠାରେ କିଛି ଲୋକ ଆହତଙ୍କୁ ଉଦ୍ଧାର କରିବା ବାହାନାରେ ଗାଡିରୁ ଚୋରୀ ଉଦ୍ୟମ କରୁଥିବା ବେଳେ ବିକ୍ରମ ପହଂଚିଥିଲେ ସେଠାରେ । ବାସ ଏହାପରେ ଆରମ୍ଭ ହୋଇଥିଲା ଉତମ ମଧ୍ୟମ । ସାମ୍ବାଦିକ ବିକ୍ରମଙ୍କୁ ବିଚ୍ ରାସ୍ତାରେ ଗୋଡେଇ ଗୋଡେଇ କାଠ ଫାଳିଆରେ ପିଟିଥିଲେ ଦୁବୃର୍ତ୍ତମାନେ । ତଳେ ପକାଇ ବେକରେ ଚଢ଼ି ଯାଇଥିଲେ । ଯୌନାଙ୍ଗକୁ ଗୋଇଠା ମାରି ଜୀବନରୁ ମାରିଦେବାକୁ ଚେଷ୍ଟା କରିଥିଲେ । ଏତିକିରେ ମନ ବୁଝି ନଥିଲା ଯେ, ଆହତ ବିକ୍ରମକୁ ଝାଉଁ ଜଙ୍ଗଲକୁ ମାରି ଫିଙ୍ଗିଦେବା ପାଇଁ ଟେକି ନେଉଥିଲେ । ହେଲେ ଠିକ ସମୟରେ ଲୋକେ ପହଂଚିଯିବାରୁ ଦୃବୁର୍ତ୍ତମାନେ ଆହତ ସାମ୍ବାଦିକଙ୍କୁ ରାସ୍ତାରେ ଫିଙ୍ଗିଦେଇ ଚମ୍ପଟ ମାରିଥିଲେ । ଅତି ସଙ୍କଟାପନ୍ନ ଅବସ୍ଥାରେ ବିକ୍ରମ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରାଯାଇଥିଲା ବେଳେ ତଦନ୍ତ ଆରମ୍ଭ କରିଛି ପୁଲିସ ।

Related Posts