ଆପୋଲୋ ହସପିଟାଲରେ ନିଆଁ

ସତ୍ୟପାଠ ବ୍ୟୁରୋ : ଭୁବନେଶ୍ୱର ଆପୋଲୋ ହସପିଟାଲରେ ଅଗ୍ନିକାଣ୍ଡ ଘଟିଛି । ହସପିଟାଲର ପଂଚମ ମହଲାରେ ଥିବା ବ୍ୟାଟେରୀ ରୁମରେ ନିଆଁ ଲାଗିଥିବା ସୂଚନା ମିଳିଛି । ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିବା ଜଣାପଡିଛି । ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡି ନାହିଁ । ତେବେ ସର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଦୁର୍ଘଟଣାରେ କ୍ଷୟକ୍ଷତି ସମ୍ପର୍କରେ ଜଣା ପଡି ନଥିଲେ ବି ନିଆଁ ଲାଗିଥିବା ମହଲାରୁ ରୋଗୀଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଜାରୀ ରହିଛି ।

ସକାଳ ପ୍ରାୟ ୧୦ଟା ବେଳେ ହସପିଟାଲର ପଂଚମ ମହଲାରେ ଥିବା ଆଇସିୟୁ ପାଖରେ ନିଆଁ ଲାଗିଥିଲା । ପ୍ରବଳ ଧୂଆଁ ଯୋଗୁ ପରିସ୍ଥିତି ଗମ୍ଭୀର ଥିବା କୁହାଯାଉଛି । ଲିଫ୍ଟ ବନ୍ଦ ଥିବାରୁ ଷ୍ଟ୍ରେଚରରେ ରୋଗୀଙ୍କୁ ତଳକୁ ଅଣାଯାଉଛି ।

Related Posts