କିବକୁ କବଜା କରିବାରେ ରୁଷୀୟ ସେନା ବିଫଳ ହେବାରୁ ଯୁଦ୍ଧର ନେତୃତ୍ବ ପାଇଁ ନୂଆ ଆର୍ମି-ଜେନେରାଲ୍ ନିଯୁକ୍ତ କଲେ ପୁଟିନ୍

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରୁଷିଆ ଓ ୟୁକ୍ରେନ ମଧ୍ୟରେ ଦୀର୍ଘଦିନ ଧରି ଯୁଦ୍ଧ ଚାଲିଛି । ଉଭୟ ଦେଶର ହଜାର ହଜାର ସୈନିକ ଏହି ଯୁଦ୍ଧରେ ପ୍ରାଣ ହରାଉଥିଲେ ମଧ୍ୟ କେହି ବି ପଛଘୁଞ୍ଚା ଦେଉନଥିବାର ଦେଖିବାକୁ ମିଳିଛି । ଏହା ମଧ୍ୟରେ ରୁଷୀୟ ସେନା ୟୁକ୍ରେନର ରାଜଧାନୀ କିବ ଅଧିକାର କରିବାରେ ବିଫଳ ହେବାରୁ ନୂଆ ଆର୍ମି ଜେନେରାଲ ପୁଟିନ ନିଯୁକ୍ତ କରିଥିବାର କଥା ସାମ୍ନାକୁ ଆସିଛି । ତେବେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ରୁଷ୍ ଦକ୍ଷିଣାଞ୍ଚଳ ସାମରିକ ଜିଲ୍ଲାର କମାଣ୍ଡର୍ ଅଲେକ୍ଜେଣ୍ଡାର୍ ଡିଭୋର୍ଣ୍ଣିକୋଭ୍ଙ୍କୁ ନୂତନ ‘ଆର୍ମି ଜେନେରାଲ୍’ ଭାବେ ନିଯୁକ୍ତ କରିଛନ୍ତି।

ସେପଟେ ‘ସିଏନ୍ଏନ୍’ ରିପୋର୍ଟ ଅନୁସାରେ, ୟୁକ୍ରେନ୍ରେ ଚାଲିଥିବା ରୁଷ୍ର ସାମରିକ ଅଭିଯାନର ‘ଥିଏଟର୍ କମାଣ୍ଡର୍’ଭାବେ ଦିନୋର୍ଣ୍ଣିକୋଭ୍ଙ୍କୁ ନାମିତ କରାଯାଇଛି। ମେ ୯ ତାରିଖରେ ପାଳନ କରାଯିବାକୁ ଥିବା ‘ବିଜୟ ଦିବସ’ ପୂର୍ବରୁ ଯୁଦ୍ଧକ୍ଷେତ୍ରରେ କିଛି ଅଗ୍ରଗତି କରି ପୁଟିନ୍ଙ୍କୁ ଦେଖାଇବା ଦିନୋର୍ଣ୍ଣିକୋଭ୍ଙ୍କ ଉଦ୍ଦେଶ୍ୟ ବୋଲି କଳ୍ପନାଜଳ୍ପନା ଚାଲିଛି। ସାମରିକ ବିଶ୍ଳେଷଣକାରୀ ଓ ଯୁକ୍ତରାଷ୍ଟ୍ର ଆମେରିକା ଗୁଇନ୍ଦା ଆକଳନକୁ ଭିତ୍ତି କରି ‘ସିଏନ୍ଏନ୍’ ଏଭଳି ରିପୋର୍ଟ କରିଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts