ପଞ୍ଜାବ କଂଗ୍ରେସର ନୂଆ ଅଧ୍ୟକ୍ଷ ହେଲେ ରାଜା ବ୍ରାର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଜାବ କଂଗ୍ରେସର ନୂଆ ଅଧ୍ୟକ୍ଷ ହେଲେ ରାଜା ବ୍ରାର । ସେପଟେ ରାଜା ବ୍ରାର ଯୁବ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ରହି ସାରିଛନ୍ତି । ପାର୍ଟି ହାଇକମାଣ୍ଡ ରାଜା ବ୍ରାର ବା ଅମରିନ୍ଦର ସିଂ ବ୍ରାରଙ୍କ ବ୍ୟତୀତ ପ୍ରତାପ ସିଂ ବାଜୱାଙ୍କୁ ରାଜ୍ୟର ବିରୋଧି ଦଳ ନେତା ଘୋଷରା କରିଛନ୍ତି । ଏହା ସହ ଭାରତ ଭୂଷଣ ଆଶୁଙ୍କୁ ପ୍ରଦେଶ କାର୍ଯ୍ୟକାରୀ ଅଧ୍ୟକ୍ଷ ପଦ ଦିଆଯାଇଛି । ରାଜା ୱାରିଙ୍ଗ ଦଳର ପୂର୍ବତନ ମନ୍ତ୍ରୀ ଚରଣଜିତ ସିଂ ଚାନ୍ନିଙ୍କ ନେତୃତ୍ୱାଧୀନ ପଞ୍ଜାବ ସରକାରରେ ପରିବହନ ମନ୍ତ୍ରୀ ଥିଲେ।

ଗତ କଂଗ୍ରେସ ସରକାରରେ ପରିବହନ ମନ୍ତ୍ରୀ ଥିବା ଶ୍ରୀ ୱାରିଙ୍ଗ ନିକଟରେ ଗିଡରବାହା ନିର୍ବାଚନମଣ୍ଡଳୀରୁ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିବାବେଳେ ଶ୍ରୀ ବାଜୱା କାଦିଆନ୍ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। ଅନ୍ୟପଟେ ପଞ୍ଜାବ ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଅଧ୍ୟକ୍ଷ ପଦରୁ ନବଜୋତ ସିଂ ସିଦ୍ଧୁ ଇସ୍ତଫା ଦେଇଥିଲେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts