ଇତିହାସ ରଚିଲେ ସିନ୍ଧୁ, ଜିତିଲେ ୱାର୍ଲଡ ସିରିଜ୍‌ ଫାଇନାଲ୍ସ ଟାଇଟଲ

ଅଲିମ୍ପିକ ରୌପ୍ୟ ବିଜୟିନୀ ଭାରତୀୟ ବ୍ୟାଡମିଣ୍ଟନ ତାରକା ପି.ଭି ସିନ୍ଧୁ ଆଉ ଆଉ ଏକ ଇତିହାସ ରଚିଛନ୍ତି । ପ୍ରଥମ ଭାରତୀୟ ଭାବେ BWF ୱାର୍ଲଡ ଟୁର୍‌ ଫାଇନାଲସ୍‌ ଟାଇଟଲ ଜିତିଛନ୍ତି ।

ବିଶ୍ବ ମାନ୍ୟତାରେ ତୃତୀୟ ସ୍ଥାନରେ ଥିବା ସିନ୍ଧୁ ଫାଇନାଲରେ ଜାପାନର ନୋଜୋମି ଓକୁହାରାଙ୍କୁ ସିଧାସଳଖ ସେଟରେ ପରାସ୍ତ କରିଥିଲେ । ଉଭୟ ସେଟ୍‌ ସଂଘର୍ଷପୂର୍ଣ୍ଣ ରହିଥିଲା । ସିନ୍ଧୁ ୨୧-୧୯, ୨୧-୧୭ରେ ବିଜୟୀ ହୋଇଥିଲେ ।

ଚଳିତ ବର୍ଷ ଗୋଟିଏ ବି ଆନ୍ତର୍ଜାତୀୟ ଟାଇଟଲ ଜିତିପାରିନଥିବା ସିନ୍ଧୁ, ଏହି ଟୁର୍ଣ୍ଣାମେଣ୍ଟରେ ଚମତ୍କାର ଖେଳ ପ୍ରଦର୍ଶନ କରି ଅପରାଜେୟ ରହିବା ସହ ଚାମ୍ପିଅନ୍‌ ହୋଇଛନ୍ତି ।

Related Posts