ପ୍ୟାର କେ ଲିୟେ ପାକିସ୍ଥାନ କା ଜେଲ୍ ବି ମଞ୍ଜୁର ହେ…୪ ବର୍ଷ ସଜା କାଟି ଭାରତ ଫେରିଲେ ଯୁବକ

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ନିଜ ପ୍ରେମ ପାଇଁ ଅନେକ ଲୋକ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରୁଥିବାର ଘଟଣା କିଛି ପୁରୁଣା ନୁହେଁ । ତେବେ ବର୍ତ୍ତମାନ ଜଣେ ପ୍ରେମିକ ତାଙ୍କ ପ୍ରେମିକାକୁ ଭେଟିବା ଅଭିଯୋଗରେ ଦୀର୍ଘ ଚାରି ବର୍ଷ ପାକିସ୍ଥାନ ଜେଲରେ କଟାଇଥିବାର ଘଟଣା ସାମ୍ନାକୁ ଆସିଛି । ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି ତେଲେଙ୍ଗାନାର ମାଧପୁର ଅଞ୍ଚଳରେ । ତେବେ ଏହି ଘଟଣାଟି ଘଟିଥିଲା ଚାରି ବର୍ଷ ପୂର୍ବରୁ । ୩୨ ବର୍ଷୀୟ ୱାଇଣ୍ଡମ ପ୍ରଶାନ୍ତ ନାମକ ଜଣେ ବ୍ୟକ୍ତିଙ୍କୁ ବାହାୱାଲପୁର ପୁଲିସ ଅନ୍ୟ କୌଣସି କାଗଜପତ୍ର ଏବଂ ଅନୁମତିପ୍ରାପ୍ତ ଦଲିଲ ବିନା ସୀମା ପାର ଅଭିଯୋଗରେ ଗିରଫ କରିଥିଲା। ପେଶାରେ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଆଇଟି ପ୍ରଫେସନାଲ ବୋଲି ଜଣାପଡ଼ିଛି । ମିଳିଥିବା ରିପୋର୍ଟ୍ ଅନୁଯାୟୀ, ପ୍ରଶାନ୍ତ ତାଙ୍କ ପ୍ରେମିକାଙ୍କୁ ଭେଟିବାକୁ ସ୍ୱିଜରଲ୍ୟାଣ୍ଡ ଯିବାକୁ ଚେଷ୍ଟା କରୁଥିବାବେଳେ ପାକିସ୍ତାନୀ ଜେଲରେ ଅଟକ ହୋଇଯାଇଥିବାର ଏକ ଭିଡିଓ ସାମ୍ନାକୁ ଆସିଥିଲା । ଏହାର କିଛିଦିନ ପରେ ତାଙ୍କୁ ପାକିସ୍ଥାନରେ ଅଟକ ରଖାଯାଇ ଥିବାର ଆଉ ଏକ ଭିଡିଓ ତାଙ୍କ ପରିବାର ସଦସ୍ୟଙ୍କୁ ମିଳିଥିଲା । ମିଳିଥିବା ଭିଡିଓ ଆଧାରରେ ତାଙ୍କ ପରିବାରବର୍ଗ ମାଧପୁର ପୁଲିସ ଷ୍ଟେସନରେ ଏକ ନିଖୋଜ ଅଭିଯୋଗ କରିଥିଲେ। ଅଭିଯୋଗକୁ ଧ୍ୟାନରେ ରଖି ପୁଲିସ ଅଧିକାରୀମାନେ ନିଖୋଜ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ସମସ୍ତ ଉଦ୍ୟମ କରିଥିଲେ। ଅନ୍ୟପଟେ ନିଖୋଜ ପ୍ରଶାନ୍ତଙ୍କ ପିତା ବାବୁ ରାଓ ମଧ୍ୟ ସାଜନାରଙ୍କ ନିକଟକୁ ଯାଇ ପାକିସ୍ତାନରୁ ତାଙ୍କ ପ୍ରତ୍ୟାର୍ପଣ କରିବା ପାଇଁ ରାଜ୍ୟ ସରକାର ଏବଂ ବୈଦେଶିକ ମନ୍ତ୍ରଣାଳୟକୁ ଚିଠି ଲେଖିଥିଲେ। ଏହା ପରେ ପ୍ରଶାନ୍ତଙ୍କୁ ପାକିସ୍ଥାନ କତୃପକ୍ଷ
ଅଟ୍ଟାରୀ ସୀମାରେ ଭାରତୀୟ ଇମିଗ୍ରେସନ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଥିଲେ । ପରେ ପ୍ରଶାନ୍ତଙ୍କୁ ହାଇଦ୍ରାବାଦ ଅଣା ଯାଇଥିଲା ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଥିଲା । ଅନ୍ୟପଟେ ଦୀର୍ଘ ଚାରି ବର୍ଷ ପରେ ଘରକୁ ଫେରିବାକୁ ନେଇ ପ୍ରଶାନ୍ତ ତେଲେଙ୍ଗାନା ସରକାର ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ସେମାନଙ୍କ ଉଦ୍ୟମ ପାଇଁ ଧନ୍ୟବାଦ ଜଣାଇଛନ୍ତି। ଏହା ସହ ଲାହୋର ଜେଲରେ ତାଙ୍କୁ ଜେଲ କର୍ତ୍ତୃପକ୍ଷ ଏବଂ ଅନ୍ତେବାସୀମାନେ ଭଲ ବ୍ୟବହାର କରିଥିବାର କଥା କହିଛନ୍ତି ।

Related Posts