ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଲେ ବିଜେପି ନେତା ରାକେଶ ପଣ୍ଡିତ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଦିନକୁ ଦିନ ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । ଏପରିସ୍ଥିତିରେ ଭାରତୀୟ ଜନତା ପାର୍ଟିର ନେତା ତଥା ମ୍ୟୁନିସିପାଲିଟି କାଉନସିଲର ରାକେଶ ପଣ୍ଡିତଙ୍କୁ କାଶ୍ମୀରର ଟ୍ରାଲସ୍ଥିତ ତାଙ୍କ ଘର ବାହାରେ ଗୁଳିକରି ହତ୍ୟା କରାଯାଇଛି । ତାଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଦୁଇଟି PSO ଏବଂ ସୁରକ୍ଷିତ ହୋଟେଲ ଆବାସ ଯୋଗାଇ ଦିଆଯାଇଥିଲା । ଏହା ସତ୍ତ୍ୱେ ସେ ବିନା ସୁରକ୍ଷାରେ ପୁଲୱାମା ଜିଲ୍ଲାର ଟ୍ରାଲ ଅଞ୍ଚଳକୁ ଯାଇଥିଲେ । ଆତଙ୍କବାଦୀମାନେ ଏହାର ସୁଯୋଗ ନେଇ ତାଙ୍କୁ ସେଠାରେ ଗୁଳି କରି ହତ୍ୟା କରିଥିଲେ । ଏହି ହତ୍ୟାକାଣ୍ଡକୁ ତିନି ଜଣ ଅଜ୍ଞାତ ଆତଙ୍କବାଦୀ କରିଥିବାର ସୁଚନା ମିଳିଛି । ତେବେ ବିଜେପି ନେତା ଜଣେ କାଶ୍ମୀରୀ ପଣ୍ଡିତ ଥିଲେ। ତାଙ୍କୁ ସରକାରଙ୍କ ପକ୍ଷରୁ ସୁରକ୍ଷା ମଧ୍ୟ ଯୋଗାଇ ଦିଆଯାଇଥିଲା । କିନ୍ତୁ ରାକେଶ ବିନା ସୁରକ୍ଷାରେ ପୁଲୱାମା ଜିଲ୍ଲାର ଟ୍ରାଲ ଅଞ୍ଚଳରେ ଜଣେ ବନ୍ଧୁ ମୁଶତାକ୍ ଅହମ୍ମଦଙ୍କୁ ଦେଖା କରୁଥିବାବେଳେ ତିନିଜଣ ଆତଙ୍କବାଦୀ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। କେବଳ ଏତିକି ନୁହେଁ ବରଂ ତାଙ୍କ ବନ୍ଧୁଙ୍କ ଝିଅ ଆସିଫା ମୁଶତାକଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ଏହା ପରେ ଟ୍ରାଲର ମ୍ୟୁନିସିପାଲିଟି କାଉନସିଲର ରାକେଶ ପଣ୍ଡିତଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପଣ୍ଡିତଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଚିକିତ୍ସାଧିନ ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କର ମୃତ୍ୟୁ ଘଟଣା ସାମ୍ନାକୁ ଆସିବା ପରେ ସାରା ଦେଶ ସ୍ତବ୍ଧ ହୋଇଯାଇଥିଲା । ଅପରିପକ୍ଷେ ପୁଲିସ ଓ ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ ଘେରି ରହିଛନ୍ତି ଏବଂ ଆକ୍ରମଣକାରୀଙ୍କୁ ଧରିବା ପାଇଁ ଏକ ବ୍ୟାପକ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି ବୋଲି ଜଣେ ପୋଲିସ ଅଧିକାରୀ ଓପେନ ଏପିପି କହିଛନ୍ତି । ଅନ୍ୟପଟେ ବିଜେପି ମୁଖପାତ୍ର ଅଲତାଫ ଠାକୁର ଏହି ହତ୍ୟାକାଣ୍ଡକୁ ନିନ୍ଦା କରିଛନ୍ତି। ଏଭଳି ଆକ୍ରମଣ ବିଜେପି ନେତାମାନଙ୍କୁ ଲୋକଙ୍କ ସେବାରେ ଅଟକାଇବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ତେବେ ଅସ୍ତ୍ରହୀନ ଲୋକଙ୍କୁ ଆକ୍ରମଣ କରିବା ସାହସିକତା ନୁହେଁ । ଏହା ସହ ପୁଲିସ ଅପରାଧୀଙ୍କୁ ଖୁବଶୀଘ୍ର ଟ୍ରାକ କରିବା ଉଚିତ ଏବଂ ସେମାନଙ୍କୁ ଦଣ୍ଡିତ କରିବା ଉଚିତ ବୋଲି ଠାକୁର କହିଛନ୍ତି।

Related Posts