ମାଟ୍ରିକ ଖାତା ମୂଲ୍ୟାୟନ ବ୍ୟବସ୍ଥାକୁ ନେଇ ପ୍ରଶ୍ନ; କ୍ରୀଡ଼ା ଶିକ୍ଷୟିତ୍ରୀ ଦେଖୁଛନ୍ତି ଓଡ଼ିଆ ଖାତା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମାଟ୍ରିକ ଖାତା ମୂଲ୍ୟାୟନ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । କାହିଁକିନା କ୍ରୀଡ଼ା ଶିକ୍ଷୟିତ୍ରୀ ଦେଖୁଛନ୍ତି ମାଟ୍ରିକ ଛାତ୍ରଛାତ୍ରୀଙ୍କ ଓଡ଼ିଆ ଖାତା । ଯୋଗ୍ୟତା ଏବଂ ଶିକ୍ଷାଦାନ ଅଭିଜ୍ଞତା ଆଧାରରେ ମାଟ୍ରିକ ପରୀକ୍ଷା ଖାତା ଦେଖାରେ ଶିକ୍ଷକ/ ଶିକ୍ଷୟିତ୍ରୀ ମାନଙ୍କୁ ମାଟ୍ରିକ ଖାତା ଦେଖାର ସୁଯୋଗ ମିଳେ । କିନ୍ତୁ ଏ କ୍ଷେତ୍ରରେ ସବୁ ନିୟମକୁ ଜଳାଞ୍ଜଳି ଦେଇ ଜଣେ କ୍ରୀଡ଼ା ଶିକ୍ଷୟିତ୍ରୀଙ୍କୁ ଖାତା ମୂଲ୍ୟାୟନ କାର୍ଯ୍ୟ ଦିଆଯିବା ଘଟଣାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି । ସମ୍ପୃକ୍ତ ଶିକ୍ଷୟିତ୍ରୀ ଏବେ ରେଭେନ୍ସା କଲିଜିଏଟ ମୂଲ୍ୟାୟନ କେନ୍ଦ୍ରରେ ଖାତା ମୂଲ୍ୟାୟନ କରୁଛନ୍ତି । ଶ୍ରେଣୀ ଶିକ୍ଷାଦାନର ଅଭିଜ୍ଞତା କିମ୍ବା ବିଏଡ ଡିଗ୍ରି ନଥିବା ଶିକ୍ଷୟିତ୍ରୀଙ୍କୁ ଖାତା ଦେଖାରେ ନିୟୋଜନ କରାଯିବ । ଖାତା ଦେଖିବା ପୂର୍ବରୁ ସମ୍ପୃକ୍ତ ଶିକ୍ଷୟିତ୍ରୀ ଅଣ୍ଡରଟେକିଂ ଦେବା ଏବଂ କର୍ତ୍ତୃପକ୍ଷ ତାହାକୁ ଗ୍ରହଣ କରିବା ଏବେ ବିବାଦର କାରଣ ହୋଇଛି ।

ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମେ’ ୨୧ରୁ ମାଟ୍ରିକ ପରୀକ୍ଷା ଖାତା ଦେଖା ଆରମ୍ଭ ହୋଇଛି । କଟକ ରେଭେନ୍ସା କଲିଜିଏଟ ସ୍କୁଲ ମୂଲ୍ୟାୟନ କେନ୍ଦ୍ରରେ ସାଲେପୁର ବ୍ଲକ ଗୋପୀନାଥପୁର ପଞ୍ଚାୟତ ପ୍ରଧାନପଡ଼ା ଗ୍ରାମ ବିରୂପା ହାଇସ୍କୁଲର କ୍ରୀଡ଼ା ଶିକ୍ଷୟିତ୍ରୀ ନନ୍ଦିନୀ କରଙ୍କୁ ପ୍ରଥମ ଭାଷା ବିଷୟ ଖାତାଦେଖାରେ ନିୟୋଜନ କରାଯାଇଛି । ନିୟମ ଅନୁଯାୟୀ ଶିକ୍ଷକମାନେ ଖାତା ମୂଲ୍ୟାୟନ ପୂର୍ବରୁ ସମ୍ପୃକ୍ତ ବିଷୟ ପଢ଼ାଉଥିବା ଓ ବିଏଡ କରିଥିବା ସଂକ୍ରାନ୍ତରେ ଅଣ୍ଡରଟେକିଂ ଦେଇ କେନ୍ଦ୍ର କ୍ୟାମ୍ପ ଅଧିକାରୀଙ୍କ ପାଖରେ ଦାଖଲ କରନ୍ତି । ସମ୍ପୃକ୍ତ କ୍ରୀଡ଼ା ଶିକ୍ଷୟିତ୍ରୀ ନିଜ ଅଣ୍ଡରଟେକିଂରେ କଣ ଲେଖିଛନ୍ତି ତାହାକୁ ନେଇ ବର୍ତ୍ତମାନ ପ୍ରଶ୍ନ ଉଠିଛି ।

Related Posts