
ରାଫେଲ ଡିଲ୍ ମାମଲାରେ କେନ୍ଦ୍ର ସରକାରଙ୍କୁ ମିଳିଛି ବଡ଼ ଆଶ୍ବସ୍ତି । ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି, ରାଫେଲକୁ ନେଇ କୌଣସି ସନ୍ଦେହ ଠିକ୍ ନୁହେଁ । ଦେଶ ପାଇଁ ରାଫେଲ ବିମାନର ଆବଶ୍ୟକତା ରହିଛି ।
ସୁପ୍ରିମ କୋର୍ଟର ୩ ଜଣିଆ ବିଚାରପତି ମିଳିତ ଭାବେ ଏହି ରାୟରେ ସହମତ ହୋଇଛନ୍ତି । ଏଥିସହ କହିଛନ୍ତି, ରାଫେଲ ଡିଲ୍ର କୌଣସି ଯାଞ୍ଚ ହେବ ନାହିଁ । ଫଳରେ ରାଫେଲ ଡିଲ୍କୁ ନେଇ କେନ୍ଦ୍ର ସରକାରଙ୍କୁ ମିଳିଛି ବଡ଼ ଆସ୍ବସ୍ତି । ସମସ୍ତ ୪ଟି ଯାକ ଆବେଦନକୁ ଖାରଜ କରିଛନ୍ତି କୋର୍ଟ ।
ରାଫେଲ ଡିଲ୍ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ପରେ ସାମ୍ବାଦିକ ସମ୍ମିଳନୀ କରି ଏହାକୁ ନେଇ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବିଷୋଦଗାର କରିଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ଅନ୍ୟ ବିରୋଧୀ ମାନଙ୍କୁ କଡ଼ା ସମାଲୋଚନା କରିଛନ୍ତି ।
ରାଫେଲ୍ ମାମଲାକୁ ନେଇ ରାହୁଲ କିଛି ଦିନ ତଳେ ନିର୍ବାଚନୀ ରାଲିରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ୍ କରିଥିଲେ । କହିଥିଲେ ଚୌକିଦାର ଚୋର ହୋଇଗଲା । ଏହାର ଜବାବ୍ ଦେବାକୁ ଯାଇ ଅମିତ୍ ଶାହା କହିଛନ୍ତି ସବୁ ଚୋର ମାନେ ମିଶି ଏବେ ଚୌକିଦାରକୁ ଚୋର ବୋଲି କହୁଛନ୍ତି । ଏଥିସହ ଶାହ କହିଛନ୍ତି, ସତ୍ୟର ସବୁବେଳେ ବିଜୟ ହୁଏ । ମନ୍ଦ ଉଦ୍ଦେଶ୍ୟ ରଖି ରାଜନୈତିକ ଫାଇଦା ପାଇଁ ଏହାକୁ ବ୍ୟବହାର କରୁଥିଲେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ।