ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଙ୍କ ପରାମର୍ଶ ଦାତା ହେଲେ ରାଘବ ଚଢ଼ା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) : ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ନିଜପାଇଁ ଏକ ପରାମର୍ଶଦାତା କମିଟି ଗଠନ କରିଛନ୍ତି। ତେବେ କମିଟି ଗଠନ ହେବାର ୫ଦିନ ପରେ ରାଜ୍ୟସଭା ସାଂସଦ ରାଘବ ଚଢ଼ା ଙ୍କୁ ଏହି ପରାମର୍ଶଦାତା କମିଟି ର ଅଧକ୍ଷ ଭାବେ ନିଯୁକ୍ତି ମିଳିଛି। ତେବେ ଏଭଳି ପରାମର୍ଶଦାତା କମିଟି ଗଠନକୁ ବିରୋଧୀ ଦଳ ବିରୋଧ କରିଛନ୍ତି। ବିରୋଧୀ ମାନେ ଅଭିଯୋଗ କରିଛନ୍ତି ଯେ ଜଣେ ସାଂସଦ କିପରି ମୁଖ୍ୟମନ୍ତ୍ରୀ ଙ୍କ ପରାମର୍ଶଦାତା ରହିବେ ଏହି କମିଟି ଗଠନ କରିବା ଅସାମ୍ବିଧାନିକ। ମୁଖ୍ୟମନ୍ତ୍ରୀ ମାନ ରାଘବଙ୍କୁ କମିଟିର ଅଧ୍ୟକ୍ଷ କରି ତାଙ୍କୁ ରାଜ୍ୟର ପ୍ରକୃତ କ୍ଷମତାକେନ୍ଦ୍ର କରିଛନ୍ତି ବୋଲି ବିରୋଧୀ କହିଛନ୍ତି।

ସୂଚନା ଅନୁସାରେ ଗତ ବୁଧବାର ଦିନ ଭଗୱନ୍ତ ମାନ ଏକ ଅସ୍ଥାୟୀ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ମୁଖ୍ୟ ଶାସନ ସଚିବ ଭି କେ ଜନଜୁଆ ଏକ ବିଜ୍ଞପ୍ତି ଜାରି କରି କହିଥିଲେ ଯେ ଏହା ସାଧାରଣ ପ୍ରଶାସନ ପ୍ରସଙ୍ଗରେ ସରକାରଙ୍କୁ ପରାମର୍ଶ ଦେବ। ବିଜ୍ଞପ୍ତିରେ କୁହାଯାଇଥିଲା ଯେ, ପଞ୍ଜାବର ମୁଖ୍ୟମନ୍ତ୍ରୀ ବିଭିନ୍ନ ସ୍ତରରେ ସରକାରଙ୍କ କାର୍ଯ୍ୟର ସମୀକ୍ଷା କରିଛନ୍ତି ଏବଂ ଜନସାଧାରଣଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପଞ୍ଜାବ ସରକାରଙ୍କୁ ପରାମର୍ଶ ଦେବା ପାଇଁ ଏକ ସଂସ୍ଥା ଆବଶ୍ୟକ ବୋଲି ମତ ଦେଇଛନ୍ତି। ତେଣୁ, ପଞ୍ଜାବ ରାଜ୍ୟ ସରକାରଙ୍କୁ ସର୍ବସାଧାରଣ ପ୍ରଶାସନ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପରାମର୍ଶ ଦେବା ପାଇଁ ଏକ ଅସ୍ଥାୟୀ କମିଟି ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି।

Related Posts