ଆସନ୍ତା ୫ ବର୍ଷ ମଧ୍ୟରେ ଭାରତର ରାସ୍ତା ଗୁଡିକରୁ ପେଟ୍ରୋଲ ଚାଳିତ ଗାଡିମଟର ସବୁ ଗାଏବ ହୋଇଯିବ: ନୀତିନ ଗଡକରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭାରତର କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ପୁଣିଥରେ ନିଜର ବୟାନ ପାଇଁ ବେଶ୍ ଚର୍ଚ୍ଚାରେ ରହିଛନ୍ତି । ତେବେ ଆସନ୍ତା ୫ ବର୍ଷ ମଧ୍ୟରେ ଦେଶର ରାସ୍ତା ଗୁଡିକରୁ ପେଟ୍ରୋଲ ଚାଳିତ ଗାଡିମଟର ସବୁ ଗାଏବ ହୋଇଯିବ । ଆଗକୁ ଭାରତରେ ଆଉ ପେଟ୍ରୋଲର ଆବଶ୍ୟକତା ପଡିବନି ବୋଲି ଗଡକରୀ ଦାବି କରିଛନ୍ତି । ଆଗାମୀ ଦିନରେ ଗ୍ରୀନ୍ ଏନର୍ଜି ପେଟ୍ରୋଲର ସ୍ଥାନ ନେବ ।ଆଉ ପେଟ୍ରୋଲର ଆବଶ୍ୟକତା ପଡିବ ନାହିଁ । କେବଳ କାର୍ ନୁହେଁ ବରଂ ବାଇକ୍ ,ସ୍କୁଟର ଏବଂ ବଡ ବଡ ଯାନ ମଧ୍ୟ ଗ୍ରୀନ୍ ହାଇଡ୍ରୋଜେନ୍, ଇଥେନଲ୍ ଫ୍ଲେକ୍ସ ଫ୍ୟୁଲ୍, ସିଏନଜି ଏବଂ ଏଲଏନଜିରେ ଚାଲିବ ।

ଗତ ସପ୍ତାହରେ ମହାରାଷ୍ଟ୍ର ଅକୋଲା ସ୍ଥିତ କୃଷି ବିଦ୍ୟଳୟର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ଏପରି ଦାବି କରିଛନ୍ତି ଗଡକରୀ । ଏହା ପୂର୍ବରୁ ମାର୍ଚ୍ଚ ମାସରେ ସମଗ୍ର ଦେଶରେ ଜୀବାଶ୍ମ ତୈଳ ଦର ବୃଦ୍ଧି ବାତାବରଣରେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ ଉଦ୍‌ଜାନ ଇନ୍ଧନ ଚାଳିତ ‘ଟୋୟୋଟା ମିରାଇ’ କାର୍‌ ଚଢ଼ି ପାର୍ଲାମେଣ୍ଟ୍‌କୁ ଆସିଥିଲେ। ତୈଳ ଦର ବୃଦ୍ଧି ପାଉଥିବାରୁ ଉଦ୍‌ଜାନ ବା ‘ହାଇଡ୍ରୋଜେନ୍‌’, ହାଇଡ୍ରୋଜେନ୍‌ଭିତ୍ତିକ ‘ଫୁଏଲ୍‌ ସେଲ୍‌ ଇଲେକ୍ଟ୍ରିକ୍‌ ଭେଇକ୍ଲ୍‌’ ଟେକ୍ନୋଲୋଜି (ଏଫ୍‌ସିଇଭି) ଏବଂ ଭାରତରେ ଥିବା ‘ହାଇଡ୍ରୋଜେନ୍‌-ବେସ୍‌ଡ୍‌ ସୋସାଇଟି’ ପ୍ରତି ତା’ର ଉପକାର ସଂକ୍ରାନ୍ତରେ ସଚେତନତା ଉପରେ ଗଡ଼କରୀ ଗୁରୁତ୍ବାରୋପ କରିଥିଲେ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।

Related Posts