‘ମିଛ କହୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ’

ରାଫେଲ୍‌ ମାମଲାରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରିବା ସହ କଂଗ୍ରେ ଅଧ୍ୟକ୍ଷ, ପ୍ରତିରକ୍ଷା ମନ୍ତ୍ରୀଙ୍କ ଉପରେ ମିଛ କହୁଥିବା ଅଭିଯୋଗ ଆଣିଛନ୍ତି ।

ରାଫେଲ ଡିଲ୍‌ ଓ HALକୁ ନେଇ ସୋମବାର ପୁଣି ଚିରାଚରିତ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ରାଫେଲ ଡିଲ୍‌ ମାମଲାରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀମାରମଣ ଦେଶବାସୀଙ୍କୁ ଭ୍ରମିତ କରୁଛନ୍ତି ବୋଲି କହିଛନ୍ତି ରାହୁଲ ।

ପ୍ରତିରକ୍ଷାମନ୍ତ୍ରୀ ସଂସଦରେ କହିଥିଲେ HALକୁ ଏକ ଲକ୍ଷ କୋଟି ଟଙ୍କାର ଠିକା ଦିଆଯାଇଛି । ଏହାକୁ ନେଇ ରାହୁଲ କହିଛନ୍ତି, HALକୁ ମାତ୍ର ୨୬ ହଜାର ୫୭୦ କୋଟି ଟଙ୍କାର ଠିକା ଦିଆଯାଇଛି । ସୀତାରମଣ ଏ ପ୍ରସଙ୍ଗରେ ସିଧାସଳଖ ମିଛ କହୁଛନ୍ତି । HALକୁ ଦୁର୍ବଳ କରି ଅନ୍ୟକୁ ସବଳ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଥିବା ନେଇ ଅଭିଯୋଗ ଆଣିଛନ୍ତି ରାହୁଲ ।

ସେପଟେ, ରାହୁଲ ଗାନ୍ଧିଙ୍କ ପ୍ରଶ୍ନର ଉତ୍ତର ଲୋକସଭାରେ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ନିର୍ମଳା ସୀତାରମଣ ।

Related Posts