ସାଧାରଣ ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ବିଜେପିର ସମସ୍ୟା ସେତିକି ବଢ଼ିବାରେ ଲାଗିଛି । ଏନ୍ଡିଏର ସହଯୋଗୀଙ୍କୁ ନେଇ ବିଜେପିର ସମସ୍ୟା ଆସାମରେ ବି ବଢ଼ିଛି । ସଂସଦରେ ନାଗରିକ ସଂଶୋଧନ ବିଲ୍ ୨୦୧୬ ପାସ ହେବାପରେ ଆସାମ ଗଣ ପରିଷଦ- AGP- ବିଜେପିର ହାତ ଛାଡିଛି ।
ପୂର୍ବରୁ ମଧ୍ୟ AGP ଏନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଥିଲା । ତେବେ ଆସାମରେ ଏବେ ଥିବା ବିଜେପି ମେଣ୍ଟ ସରକାର ପ୍ରତି କୌଣସି ବିପଦ ନାହିଁ । ଏବେ ଆସାମରେ ବିଜେପି ପାଖରେ ୬୧ ଆସନ ଥିବା ବେଳେ ଏହାର ସହଯୋଗୀ ବୋଡଲାଣ୍ଡ ପିପୁଲ୍ସ୍ ଫ୍ରଣ୍ଟ ନିକଟରେ ୧୨ ଆସନ ରହିଛି । ଆସାମ ବିଧାନସଭାର ମୋଟ ଆସନ ସଂଖ୍ୟା ୧୨୬ ଥିବା ସରକାର ଗଠନ ଲାଗି ଦରକାର ୬୩ ଆସନ । AGP ନିକଟରେ ଏବେ ରହିଛି ୧୪ଟି ଆସନ ।