
ବଲିଉଡରେ ଏବେ ପଲିଟିକାଲ ଡ୍ରାମା ଫିଲ୍ମ ବହୁଳ ଭାବେ ନିର୍ମିତ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବି ନିର୍ମାଣ ହେବାକୁ ଯାଉଛି ଏକ ଫିଲ୍ମ । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଉପରେ ଆଧାରିତ ଏକ ଫିଲ୍ମ ଦି ଆକ୍ସିଡେଣ୍ଟାଲ୍ ପ୍ରାଇମ୍ ମିନିଷ୍ଟରକୁ ନେଇ ଏବେ ବିବାଦ ଲାଗିରହିଥିବାବେଳେ ଏବେ ମୋଦିଙ୍କ ଫିଲ୍ମକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନ ଉପରେ ଆଧାରିତ ଏକ ଫିଲ୍ମ ବି ନିର୍ମାଣ ହେବାକୁ ଯାଉଛି, ଯାହାର ପ୍ରଥମ ପୋଷ୍ଟର ରିଲିଜ୍ ହୋଇଛି । ବିବେକ ଓବରୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୂମିକାରେ ଅଭିନୟ କରିବେ । ମ୍ୟାରିକମ୍ ଫେମ୍ ଉମଙ୍ଗ କୁମାର ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ । ଫିଲ୍ମର ନାମ ‘ପିଏମ୍ ନରେନ୍ଦ୍ର ମୋଦି’ ରଖାଯାଇଛି ।