ଜୁଲାଇ ୯ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଜୁଲାଇ ଦ୍ବିତୀୟ ସପ୍ତାହର ଓଡ଼ିଶା ଆସିବେ । ରାହୁଲଙ୍କ ସହ କଂଗ୍ରେସ ଦଳ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ମଧ୍ୟ ଓଡ଼ିଶା ଗସ୍ତ କରିବେ । ଭୁବନେଶ୍ୱରରେ କଂଗ୍ରେସ ପକ୍ଷରୁ ବଡ଼ ସମାବେଶ ହେବାକୁ ଯାଉଛି, ଏନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ପ୍ରଦାନ କରିଛନ୍ତି। ଏହି ସମାବେଶରେ ରାହୁଲ ଗାନ୍ଧୀ ଓ କଂଗ୍ରେସ ଅଧ୍ୟକ୍ଷ ସାମିଲ ହେବେ ।

ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଓ ବର୍ଷକର ବିଜେପି ସରକାରଙ୍କର ବିଫଳତାକୁ ନେଇ କଂଗ୍ରେସ ଏହି ସମାବେଶ କରିବ। ଜୁଲାଇ ୯ରେ ରାହୁଲ ଗାନ୍ଧୀ ଓଡ଼ିଶାରେ ଆସି ପହଞ୍ଚିବେ ।
ବହୁତଦିନ ଧରି ରାହୁଲ ଗାନ୍ଧୀ ଓଡ଼ିଶା ଆସିନାହାନ୍ତି । ଦୀର୍ଘ ଦିନ ପରେ ରାହୁଲ ଓଡ଼ିଶା ଆସୁଛନ୍ତି ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ।

Related Posts