ଧାରା ୩୭୦ ଉଠିବା ପରେ ପ୍ରଥମଥର ପାଇଁ କାଶ୍ମୀର ଗସ୍ତରେ ରାହୁଲ ଗାନ୍ଧି

rahul gandhi

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: କଂଗ୍ରେସ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଦୁଇ ଦିନିଆ ଶ୍ରୀନଗର ଗସ୍ତରେ ଅଛନ୍ତି । ତେବେ ଏହା ରାହୁଲ ଗାନ୍ଧିଙ୍କ ଅନୁଚ୍ଛେଦ ୩୭୦ ଉଠିବା ପରେ ପ୍ରଥମଥର ଶ୍ରୀନଗର ଗସ୍ତ ହେବାକୁ ଯାଉଛି । ଶ୍ରୀନଗରର ଏମ ରୋଡରେ ନୂତନ ରାଜ୍ୟ କଂଗ୍ରେସ ମୁଖ୍ୟାଳୟ ଉଦଘାଟନ କରିବା ସହିତ ଏକ ବୈଠକରେ ରାହୁଲ ଗାନ୍ଧି ସମ୍ବୋଧିତ କରିବାର ସୂଚନା ମିଳିଛି । ଏହା ବ୍ୟତୀତ ଖେର ଭବାନୀ ମନ୍ଦିର ଏବଂ ହଜରତବାଲ ଦରଗା ମଧ୍ୟ ରାହୁଲ ଗାନ୍ଧି ପରିଦର୍ଶନ କରିବେ । କେବଳ ଏତିକି ନୁହେଁ ବରଂ ସେ କଂଗ୍ରେସ ରାଜ୍ୟ ସଭାପତି ଗୁଲାମ ଅହମ୍ମଦ ମୀରଙ୍କ ପୁଅଙ୍କ ବିବାହରେ ମଧ୍ୟ ଯୋଗଦେବେ। ଅପରିପକ୍ଷରେ ରାଜ୍ୟ ଅଧ୍ୟକ୍ଷ ଗୁଲାମ ଅହମ୍ମଦ ମୀର କହିଛନ୍ତି ରାହୁଲ ୯ ଅଗଷ୍ଟରେ ଶ୍ରୀନଗର ପହଞ୍ଚିବେ ।

ଏହା ପରେ ଅଗଷ୍ଟ ୧୦ ତାରିଖରେ ସେ କଂଗ୍ରେସର ନୂତନ ମୁଖ୍ୟାଳୟର ଉଦଘାଟନ କରିବେ ଏବଂ କଂଗ୍ରେସ ନେତା ଓ କର୍ମୀଙ୍କୁ ସମ୍ବୋଧିତ କରିବେ। ଅନ୍ୟପଟେ ରାହୁଲଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରାଜ୍ୟ ଦାୟିତ୍ୱରେ ଥିବା ରଜନୀ ପାଟିଲଙ୍କ ସମେତ କାଶ୍ମୀର ଏବଂ ଜାମ୍ମୁର ପ୍ରମୁଖ ନେତା ଶ୍ରୀନଗରରେ ପହଞ୍ଚି ପ୍ରସ୍ତୁତି ଶେଷ କରିବାରେ ବ୍ୟସ୍ତ ଅଛନ୍ତି। ରାହୁଲଙ୍କ ସମେତ ଜାମ୍ମୁର ପୂର୍ବତନ ମନ୍ତ୍ରୀ ତଥା ଅଧ୍ୟକ୍ଷ ରମଣ ଭାଲା, ମହିଳା ୱିଙ୍ଗର ସଭାପତି ଇନ୍ଦୁ ପାୱାର, ଯୁବ ୱିଙ୍ଗ ସଭାପତି ନୀରଜ କୁନ୍ଦନ ଶ୍ରୀନଗରରେ ପହଁଞ୍ଚିଛନ୍ତି । ଜାମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ପାର୍ଟିରେ ବାରମ୍ବାର ଦେଖାଯାଉଥିବା ଦଳ ଗତ ସମସ୍ୟାକୁ ମଧ୍ୟ ରାହୁଲ ଗାନ୍ଧି ଶେଷ କରିବା ପାଇଁ ଚେଷ୍ଟା କରିବେ ବୋଲି ଅନୁମାନ କରାଯାଉଛି ।

କାହିିଁକି ନା ବର୍ତ୍ତମାନ ପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ ଗୁଲାମ ଅହମ୍ମଦ ମୀର ଏବଂ ପୂର୍ବତନ ଜାତୀୟ ସାଧାରଣ ସମ୍ପାଦକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦଙ୍କ ଶିବିରରେ କଂଗ୍ରେସ ବିଭକ୍ତ ହୋଇଥିବାର ଖବର ସାମ୍ନାକୁ ଆସିଛି । ତେଣୁ ରାହୁଲ ଗାନ୍ଧି ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳକୁ ଏକାଠି କରିବା ପାଇଁ ଦଳର ନେତାମାନଙ୍କୁ ଏକ ଦୃଢ ବର୍ତ୍ତା କିମ୍ବା ନିର୍ଦ୍ଦେଶ ଦେଇପାରିବେ ବୋଲି ଅନୁମାନ କରାଯାଉଛି ।

Related Posts