ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ତୃତୀୟ ଦିନରେ ପୁଣି ଇଡି ଅଫିସରେ ହାଜର ହେବେ ରାହୁଲ ଗାନ୍ଧୀ । ସେପଟେ ଗତକାଲି ୯ ଘଣ୍ଟା ପଚରାଉଚରା ପରେ ପୁଣି ଥରେ ଆଜି ତାଙ୍କୁ ପଚରାଉଚରା କରାଯିବ । ସେହିପରି ସୋମବାର ମଧ୍ୟ ରାହୁଲଙ୍କୁ ପ୍ରାୟ ୧୦ ଘଣ୍ଟା ଜେରା କରାଯାଇଥିଲା । ଜେରା କରିବା ପରେ ମଧ୍ୟ ଉତ୍ତରରେ ସନ୍ତୁଷ୍ଟ ନହେବାରୁ ପୁଣି ଥରେ ଜେରା ଲାଗି ହାଜର ହେବାକୁ ସମନ କରାଯାଇଛି ।
ଅନ୍ୟପଟେ ରାହୁଲ ଗାନ୍ଧୀ ମଙ୍ଗଳବାର ଦିନ ଭଉଣୀ ତଥା ଏଆଇସିସି ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ବାଦ୍ରାଙ୍କ ସହ ଏପିଜେ ଅବଦୁଲ କଲାମ ରୋଡ ସ୍ଥିତ ଇଡି ମୁଖ୍ୟାଳୟରେ ପହଞ୍ଚିଥିଲେ । ପୂର୍ବାହ୍ନ ୧୧ଟା ୩୦ରୁ ୪ ଘଣ୍ଟା ଜେରା କରାଯାଇଥିଲା । ଜେରା ପରେ ତାଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ଛଡ଼ାଯାଇଥିଲା । ତା’ପରେ ପୁଣିଥରେ ୪ଟା ୩୦ରୁ ଜେରା ଆରମ୍ଭ ହୋଇଥିଲା । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।
