ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ମମତା ବାର୍ନାଜୀ ଡ଼କାଇଥିବା ବିରୋଧୀ ଦଳମାନଙ୍କର ବୈଠଳରେ ଯୋଗ ଦେବେନି ଟିଆରଏସ ଓ ଆପ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ମମତା ବାର୍ନାଜୀ ଡ଼କାଇଥିବା ବିରୋଧୀ ଦଳମାନଙ୍କର ବୈଠଳରେ ଯୋଗ ଦେବେନି ଟିଆରଏସ ଓ ଆପ । ତେବେ ‘ଟିଆର୍ଏସ୍’ କଂଗ୍ରେସ ସହିତ ଗୋଟିଏ ମଞ୍ଚରେ ବସିବାକୁ ଅନିଚ୍ଛୁକ। ସେହିପରି, ବୈଠକରେ ଯୋଗ ନ ଦେବାକୁ କହି, ‘ଆପ୍’ କହିଛି, ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ଲାଗି ପ୍ରାର୍ଥୀ ଘୋଷଣା ସରିଲେ ଯାଇ ବିରୋଧୀ ଦଳଙ୍କ କଥା ବିଚାରକୁ ନିଆଯିବ।

ସେପଟେ ‘ବିଜେପି’କୁ ପରାସ୍ତ କରିବା ଲକ୍ଷ୍ୟରେ ଉଭୟ ‘ତୃଣମୂଳ କଂଗ୍ରେସ’ ଏବଂ ‘ତେଲେଙ୍ଗାନା ରାଷ୍ଟ୍ର ସମିତି’ ଏକତ୍ର ହୋଇଥିଲେ ବି ଆଜିର ସଭାରେ କଂଗ୍ରେସର ଉପସ୍ଥିତିକୁ ‘ଟିଆର୍ଏସ୍’ ସହ୍ୟ କରି ପାରୁନାହିଁ। କଂଗ୍ରେସକୁ ଆମନ୍ତ୍ରଣ କରାଯାଇଥିବାରୁ ‘ଟିଆର୍ଏସ୍’ ଘୋର ଆପତ୍ତି ଉଠାଇ ଏକ ବିବୃତିରେ କହିଛି, କଂଗ୍ରେସ ସହିତ କୌଣସି ବୈଠକରେ ଏକତ୍ର ହେବା ଅସମ୍ଭବ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts