କଂଗ୍ରେସ ଅଧ୍ୟକ୍ଷ ହେବାନେଇ ରାହୁଲ ଗାନ୍ଧୀଙ୍କ ବୟାନ; “ମୁଁ ନିଷ୍ପତି ନେଇ ସାରିଛି, ନିର୍ବାଚନ ବେଳେ ସବୁ ସ୍ପଷ୍ଟ ହେବ”

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସର ଅଧ୍ୟକ୍ଷ ପଦବୀ ପାଇଁ ତାଲିକା ବାହାରେ ନାହାନ୍ତି ସାଂସଦ ରାହୁଲ ଗାନ୍ଧୀ। ସେ ମଧ୍ୟ କଂଗ୍ରେସର ଅଧ୍ୟକ୍ଷ ହୋଇପାରନ୍ତି ବେ‌ାଲି ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ ରାହୁଲ ସବୁଜ ସଂକେତ ଦେଇଛନ୍ତି। ତେବେ ବର୍ତ୍ତମାନ କଂଗ୍ରେସ ପକ୍ଷରୁ ଆୟୋଜନ କରାଯାଇଥିବା ଭାରତ ଯୋଡ଼ ଯାତ୍ରା ରେ ରାହୁଲ ଯୋଗ ଦେଇଛନ୍ତି । ଆଜି ଏହି ଯାତ୍ରାର ତୃତୀୟ ଦିନରେ ରାହୁଲ ଦେଇଥିବା ଏକ ବୟାନ ସ୍ପଷ୍ଟ କରୁଛି ଯେ ସେ କଂଗ୍ରେସର ଅଧ୍ୟକ୍ଷ ହୋଇପାରନ୍ତି। ଗଣମାଧ୍ୟମର ଏକ ପ୍ରଶ୍ନରେ ସେ କହିଛନ୍ତି ଯେ, ମୁଁ ଦଳର ଅଧ୍ୟକ୍ଷ ହେବି କି ନାହିଁ ତାହା ଅଧ୍ୟକ୍ଷ ନିର୍ବାଚନ ସମୟରେ ସ୍ପ‌ଷ୍ଟ ହେବ। ମୁଁ ମୋର ନିଷ୍ପତି ନେଇ ସାରିଛି। ଆଗକୁ କ’ଣ କରିବି ତାହା ମଧ୍ୟ ସ୍ଥିର କରିସାରିଛି। ଏନେଇ ମୋ ମନରେ କୌଣସି ପ୍ରକାରର ଦ୍ବନ୍ଦ୍ବ ନାହିଁ। ଭାରତ ଯୋଡ ଯାତ୍ରା ଜରିଆରେ ମୁଁ ଲୋକଙ୍କ ନିକଟରେ ପହଞ୍ଚି ପାରିବି। ସେମାନଙ୍କ ସହ ମିଶି ପାରିବି ବୋଲି କହିଛନ୍ତି ରାହୁଲ।

କଂଗ୍ରେସ ସଭାପତି ପାଇଁ ବହୁ ପ୍ରତୀକ୍ଷିତ ନିର୍ବାଚନ ଆସନ୍ତା ନଭେମ୍ବର ମାସ ୧୭ ତାରିଖରେ ଅନୁଷ୍ଠିତ ହେବ। ନିର୍ବାଚନର ଠିକ୍‌ ୨ ଦିନ ପରେ ଭୋଟ୍‌ ଗଣତି ହେବ। ସେପ୍ଟେମ୍ବର ୨୪ ତାରିଖରୁ ୩୦ ତାରିଖ ମଧ୍ୟରେ ଏନେଇ ନାମାଙ୍କନ ପତ୍ର ଦାଖଲ କରାଯିବ।

Related Posts