ନୋ ସମଝୌତା , ଏଥର ଲଢ଼େଇ ଆରପାର

ସତ୍ୟପାଠ ବ୍ୟୁରୋ : ନିଶାନା ଏକଦମ ସିଧା । ଟାର୍ଗେଟ ଏକଦମ ସ୍ପଷ୍ଟ । ତମାଣ୍ଡୋ ପରିବର୍ତ୍ତନ ସମାବେଶରୁ୧୮ବର୍ଷରେ ପ୍ରଥମ ଥର ପାଇଁ କଂଗ୍ରେସର ଜାତୀୟ ସଭାପତି ଓଡିଶା ସରକାରଙ୍କୁ ସିଧା ଆଟାକ୍ କଲେ । ନବୀନଙ୍କ ସହ ସାଫ୍ ଲଢ଼େଇର ଡାକରା ଦେଲେ । ଏକଦମ ସ୍ପଷ୍ଟ କରିଦେଲେ ଏଥର ନୋ ସମଝୌତା, ନୋ ହ୍ୟାଣ୍ଡସେକ୍ । ତୃତୀୟ ସାମ୍ମୁଖ୍ୟ କି ମେଂଟ ନେଇ ଯେତିକି ସବୁ ଆଲୋଚନା ହେଉଥିଲା ସବୁକୁ ପଛକୁ ଫିଙ୍ଗି ଦେଇ ଓଡିଶାରେ କିଭଳି କଂଗ୍ରେସ ସରକାର ଗଢ଼ିବ କେବଳ ସେଇକଥା କହିଲେ ଜାତୀୟ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନରମୁ ଥିଲେ । ବୁଲେଇ ବଙ୍କେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଥିଲେ ବି ଶବ୍ଦ ଶାଣିତ ରହୁନଥିଲା । ନବୀନଙ୍କ ନାଁ ବି ନେଉ ନଥିଲେ । ହେଲେ ରାହୁଲ କଲେ ଶାଣିତ ଆକ୍ରମଣ । ଚିଟଫଣ୍ଡ ସ୍କାମ କଥା ଉଠେଇ ନବୀନଙ୍କୁ କେମିତି ମୋଦି ରିମୋର୍ଟରେ ନଚାଉଛନ୍ତି ତାହା ବି କହିଥିଲେ । ବେରୋଜଗାର ପ୍ରସଙ୍ଗରେ ଓଡିଶାର ଦାଦନ ଦୁଃଖ ଓ ସ୍ୱାସ୍ଥ୍ୟ ସମସ୍ୟାରେ ଦାନ ମାଝୀ ପ୍ରସଙ୍ଗର ଉଦାହରଣ ଦେଇ ନବୀନଙ୍କୁ ଟାର୍ଗେଟ କରିଥିଲେ ରାହୁଲ । ।

ଟ୍ରାଫିକ ଜାମ୍ ପାଇଁ ରାହୁଲଙ୍କ ଗାଡିକୁ ମିଳି ନଥିଲା କ୍ଲିୟରାନ୍ସ । ଫଳରେ ଦୁଇଘଣ୍ଟା ବିଳମ୍ବରେ ସଭାମଂଚରେ ପହଂଚିଥିଲେ ରାହୁଲ । ତଥାପି ହଜାର ହଜାର ସଂଖ୍ୟାରେ ଲୋକେ ଅପେକ୍ଷା କରିଥିଲେ କଣ କହିବେ ରାହୁଲ ତାହା ଶୁଣିବାକୁ । ଯାହାକୁ ନେଇ କଂଗ୍ରେସ ଖୁବ ବର୍ଷିଛି । ଦଳ କହିଛି ଜାଣିଶୁଣି ଟ୍ରାଫିକ କ୍ଲିୟର କରାଯାଉ ନଥିଲା । ରାହୁଲ ବିଳମ୍ବରେ ପହଂଚିଲେ ଲୋକେ ପଳାଇବେ ଆଉ ସଭା ବି ଭଣ୍ଡୁର ହୋଇଯିବ । ଠିକ ସେମିତି ରାହୁଲଙ୍କ ପରିବର୍ତ୍ତନ ସମାବେଶକୁ ଭୟ କରି ଜାଣିଶୁଣି ବିଜେଡି ସମାନଦିନରେ କାଳିଆ ସମାବେଶ କରିଛି । ସବୁ ବସ ଓ ଚାରିଚକିଆ ଗାଡିକୁ ଭଡାରେ ନେଇ କଂଗ୍ରେସ ସଭାକୁ ଭଣ୍ଡୁର କରିବାକୁ ବିଜେଡି ଚେଷ୍ଟା କରିଥିବା କହିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ । ।

ସବୁ ପରେ ବି ନବୀନଙ୍କ ନାଁ ନେଇ କଟୁ ସମାଲୋଚନା କରିବା ଓ ରାଜନୈତିକ ସିଧା ଲଢ଼େଇର ଆହ୍ୱାନ ଦେଇ ରାହୁଲ ଦେଇ ଯାଇଛନ୍ତି ଗୁରୁମନ୍ତ୍ର । ଯେଉଁଥିପାଇଁ ଉତ୍ସାହିତ କଂଗ୍ରେସ କ୍ୟାମ୍ପ । ଉଣେଇଶ ବୈତରଣୀ ପାର ହେବାକୁ ରାହୁଲଙ୍କ ଏହି ମନ୍ତ୍ରୀ କଂଗ୍ରେସ ପାଇଁ ସଂଜୀବନି ପାଲଟିବ ବୋଲି ଏବେ ଠୁ ଚର୍ଚ୍ଚା ଜୋର ଧରିଲାଣି ।

Related Posts