ବୋରୱେଲ ଗାତରୁ ଉଦ୍ଧାର ହେଲା ରାହୁଲ

ଜାଞ୍ଜଗିର : ରଖିଲେ ଶିବ ମାରିବ କିଏ । ଠିକ୍ ସେହିପରି ଯଦି ଭଗବାନ ଙ୍କ ଅଶ୍ରିବାଦ ଅଛି ତେବେ ଯେତେ କଠିନ ସ୍ଥିତି ଆସିଲେ ମଧ୍ଯ ସବୁ କିଛି ସମ୍ଭବ । ଦୀର୍ଘ ୫ ଦିନ ୧୦୫ ଘଣ୍ଟାର ଅପରେସନ ସଫଳ । ବୋରୱେଲ ଗାତରୁ ରାହୁଲ ଉଦ୍ଧାର ହୋଇଛି । ବୋରୱେଲ୍‌ ଭିତରୁ ରାହୁଲକୁ ସୁରକ୍ଷିତ ଭାବେ ବାହାର କରିଛନ୍ତି ଉଦ୍ଧାରକାରୀ ଦଳ ।

ଯବାନଙ୍କ ନିରନ୍ତର ପ୍ରୟାସ ପରେ ୮୦ ଫୁଟ୍‌ ତଳୁ ଉଦ୍ଧାର ହେଲେ ରାହୁଲ୍‌। ଏବେ ତାଙ୍କ ସ୍ୱାସ୍ଥ୍ୟବାସ୍ଥା ସ୍ଥିର ରହିଛି । ଉଦ୍ଧାର ପରେ ଆଇସିୟୁ ଆମ୍ୱୁଲାନ୍ସରେ ଗ୍ରୀନ କରିଡର ମଧ୍ୟରେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଛି। ରାହୁଲଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ସାରା ଦେଶରେ ପ୍ରାର୍ଥନା କରାଯାଉଥିଲା।

ଶୁକ୍ରବାର ରାହୁଲ ତାଙ୍କ ଘରେ ଥିବା ୮୦ ଫୁଟ୍‌ର ଗଭୀର ବୋର୍‌ୱେଲ୍‌ ଗାତକୁ ଖସି ପଡ଼ିଥିଲେ । ସେ ଗାତରେ ଫସି ରହିଥିବା ବେଳେ ପାଇପ୍‌ ଜରିଆରେ ତାଙ୍କୁ ଅକ୍ସିଜେନ୍‌ ସହିତ ଓଆରଏସ, କଦଳୀ ଓ ଅନ୍ୟ ଖାଦ୍ୟ ସାମଗ୍ରୀ ଦିଆଯାଉଥିଲା। ଉଦ୍ଧାର କାର୍ଯ୍ୟରେ ସେନା ସହିତ ଏନଡିଆରଏଫ ଏବଂ ଜିଲ୍ଲା ପ୍ରଶାସନ ସାମିଲ୍‌ ଥିଲେ। ଏହି ସମୟରେ ଡାକ୍ତରୀ ଦଳ ୨୪ ଘଣ୍ଟା ରାହୁଲଙ୍କ ଉପରେ ନଜର ରଖିଥିଲେ।

ଛତିଶଗଡ଼ ରାଜ୍ୟର ଚାମ୍ପା ଜିଲ୍ଲାର ମାଲଖାଦାରୁଆ ଥାନା ଅଧୀନରେ ଥିବା ପିରହିରଡ ଗାଁରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା ସୂଚନାଯୋଗ୍ୟ ଯେ, ଜାଞ୍ଜଗିର-ଚମ୍ପା ଜିଲ୍ଲା ମାଲ୍‌ଖରୋଦା ପିହରିଦ୍‌ ଗ୍ରାମରେ ୧୧ ବର୍ଷୀୟ ରାହୁଲ୍‌ ସାହୁ ଶୁକ୍ରବାର ଖେଳୁଥିବା ସମୟରେ ଘର ପଛପଟେ ଥିବା ବୋରୱେଲ୍‌ ଭିତରେ ଖସିପଡ଼ିଥିଲା । ରାହୁଲ୍‌ର ପରିବାର ଏହି ବୋରୱେଲ୍‌ ଖୋଳିଥିଲେ । କିନ୍ତୁ ବୋରୱେଲ୍‌କୁ ଖୋଲା ରଖିଥିଲେ । ରାହୁଲ୍‌ ଖସିପଡ଼ିବା ପରେ ତାକୁ ପରିବାର ଖୋଜିଥିଲେ । ହେଲେ ପାଇନଥିଲେ । ବୋର୍‌ୱେଲ୍‌ ଭିତରୁ ଶବ୍ଦ ବାହାରକୁ ଆସୁଥିବା ସେମାନେ ଶୁଣିବାକୁ ପାଇଥିଲେ ।

ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଜିଲ୍ଲାପାଳ ଜିତେନ୍ଦ୍ର କୁମାର ଶୁକ୍ଲା, ଏସପି ବିଜୟ ଅଗ୍ରୱାଲ, ଏସଡିଏମ ରେନା ଜାମିଲ, ଅତିରିକ୍ତ ଏସପି ଅନିଲ ସୋନିଙ୍କ ସମେତ ଜିଲ୍ଲା ତଥା ପୋଲିସ ପ୍ରଶାସନ ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲେ । ଏପରିକି ରାହୁଲଙ୍କୁ ଉଦ୍ଧାର କରିବା ପାଇଁ ଏନଡିଆରଏଫ ଏବଂ ସେନାର ସାହାଯ୍ୟ ନିଆଯାଇଥିଲା ।

Related Posts