ବାରବାଟୀ ମ୍ୟାଚକୁ ଆସିବେ ନାହିଁ ରାହୁଲଙ୍କ ସହ କୁଲଦୀପ ଯାଦବ, ଆହତ କାରଣରୁ ପଡିଲେ ବାଦ୍

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଜୁନ୍‌ ୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଟ୍ବେଣ୍ଟି-୨୦ । ତେବେ ଏହି ଘରୋଇ ଅନ୍ତର୍ଜାତୀୟ ଶୃଙ୍ଖଳାକୁ ନେଇ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି | ଏହି ସିରିଜ ପାଇଁ କେଏଲ ରାହୁଲଙ୍କୁ ଟିମ୍ ଇଣ୍ଡିଆର ଅଧିନାୟକ ଭାବେ ମନୋନୀତ କରାଯାଇଥିଲା | କିନ୍ତୁ ବର୍ତ୍ତମାନ ଆହତ କାରଣରୁ ରାହୁଲ ଏହି ସିରିଜରୁ ବାଦ ପଡିଛନ୍ତି। ରାହୁଲଙ୍କ ସହ କୁଲଦୀପ ଯାଦବ ମଧ୍ୟ ସିରିଜରୁ ବାଦ ପଡିଛନ୍ତି | କେଏଲ୍ ରାହୁଲ ବାଦ ପଡିବା ପରେ ଏବେ ଟିମ୍ ଇଣ୍ଡିଆର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କୁ ଅଧିନାୟକ ଭାବେ ଦାୟିତ୍ୱ ଦିଆଯାଇଛି |

ସେହିପରି ଚଳିତ ଆଇପିଏଲରେ ଦମଦାର ପ୍ରଦର୍ଶନ କରି ନିଜ ଟିମ ଗୁଜୁରାଟ ଟାଇଟନ୍ସକୁ ଜିତାଇଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପ ଅଧିନାୟକ ଦାୟିତ୍ୱ ଦିଆଯାଇଛି |

ସୂଚନା ଥାଉ କି ପ୍ରଥମ ମ୍ୟାଚ୍‌ ଦିଲ୍ଲୀରେ ଖେଳାଯିବା ପରେ ପରବର୍ତୀ ୪ଟି ଟ୍ବେଣ୍ଟି-୨୦ କଟକ (ଜୁନ୍‌ ୧୨), ବିଶାଖାପାଟଣା (ଜୁନ୍‌ ୧୪), ରାଜକୋଟ (ଜୁନ୍ ୧୭) ଏବଂ ବେଙ୍ଗାଲୁରୁ (ଜୁନ୍‌ ୧୯)ରେ ଖେଳାଯିବ। ତେବେ କେଏଲ ରାହୁଲଙ୍କୁ ଏହି ବଡ ସିରିଜରୁ ବାଦ ପଡିବା ଟିମ୍ ଇଣ୍ଡିଆ ପାଇଁ ଝଟକା ସଦୃଶ ହୋଇଛି | କାରଣ ଏହି ଦମଦାର ଫର୍ମରେ ଥିବାବେଳେ ସମସ୍ତେ ଆଶା କରିଥିଲେ ଯେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମଧ୍ୟ ସେ ଚମତ୍କାର ପ୍ରଦର୍ଶନ କରିବେ |

ଭାରତୀୟ ଟ୍ବେଣ୍ଟି-୨୦ ଦଳ:
ଋଷଭ ପନ୍ତ୍‌ (ଅଧିନାୟକ, ୱିକେଟରକ୍ଷକ), ଋତୁରାଜ ଗାଏକ୍ବାଡ, ଈଶାନ କିଶନ, ଦୀପକ ହୁଦା, ଶ୍ରେୟସ ଆୟର୍‌, ଦୀନେଶ କାର୍ତିକ, ହାର୍ଦିକ ପାଣ୍ଡ୍ୟା(ଉପ-ଅଧିନାୟକ), ଭେଙ୍କଟେଶ ଆୟର୍‌, ୟୁଝବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅକ୍ଷର ପଟେଲ୍‌, ରବି ବିଷ୍ଣୋଇ, ଭୁବନେଶ୍ବର କୁମାର, ହର୍ଷଲ ପଟେଲ୍‌, ଅଭେସ୍‌ ଖାନ୍‌, ଅର୍ଶଦୀପ ସିଂହ, ଉମ୍ରାନ୍‌ ମଲ୍ଲିକ ।

Related Posts