୩୦ ହଜାର କୋଟି ଚୋରି କରିଛନ୍ତି ମୋଦି, ରାଫେଲ୍‌ ନେଇ ରାହୁଲଙ୍କ ଅଭିଯୋଗ

ରାଫେଲ୍‌ ଡିଲ୍‌ ପ୍ରସଙ୍ଗରେ ପୁଣି ବର୍ଷିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଏ ନେଇ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି ଆକ୍ରମଣ କରିଛନ୍ତି ରାହୁଲ । ଏକ ଦୈନିକ ଇଂରାଜୀ ଖବର କାଗଜରେ ପ୍ରକାଶିତ ରିପୋର୍ଟକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି ରାହୁଲ । କହିଛନ୍ତି ପ୍ରଧାନମନ୍ତ୍ରୀ ତୁରନ୍ତ ରାଫେଲ ଦୁର୍ନୀତିର ତଦନ୍ତ କରାନ୍ତୁ ।

ରାଫେଲ ପ୍ରସଙ୍ଗରେ ପ୍ରତିରକ୍ଷା ମନ୍ତ୍ରଣାଳୟ ହିଁ ଚୁକ୍ତି ନେଇ ପ୍ରଶ୍ନ ଉଠାଇଛନ୍ତି ରାହୁଲ । କହିଛନ୍ତି ଫ୍ରାନ୍ସ ସହ ସିଧା ମୁଲଚାଲ କରିଛନ୍ତି ପ୍ରଧାନମନ୍ତ୍ରୀ । ଲୋକଙ୍କ ୩୦ ହଜାର କୋଟି ଚୋରି କରିଛନ୍ତି ମୋଦି । ବାୟୁସେନା ନୁହେଁ ପ୍ରଧାନମନ୍ତ୍ରୀ ଆଉ କାହାର ହିତ ଚାହାନ୍ତି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି । ରାହୁଲ କହିଛନ୍ତି ରାଫେଲ ଦୁର୍ନୀତି ନେଇ କଂଗ୍ରେସର ଦାବି ସତ ହୋଇଛି । ଘୋଟାଲାର JPC ତଦନ୍ତ କରାଯିବା ଦରକାର ବୋଲି ଦାବି କରିଛନ୍ତି ରାହୁଲ ଗାନ୍ଧି ।

Related Posts