ରାହୁଲଜୀ ଆପଣଙ୍କ ଚେହେରା ଗାନ୍ଧି-ପଟେଲଙ୍କ ଭଳି ଦେଖା ହେବା ଦରକାର, ସଦ୍ଦାମ ହୁସେନ ଭଳି ନୁହେଁ : ହିମନ୍ତ ବିଶ୍ୱଶର୍ମା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାହୁଲ ଗାନ୍ଧିଙ୍କ ନେତୃତ୍ବର କଂଗ୍ରେସର ଭାରତ ଯୋଡ ଯାତ୍ରା ଏବେ ମହାରାଷ୍ଟ୍ରରେ ଚାଲିଛି। ରାଜ୍ୟର ୧୫ଟି ବିଧାନସଭା ଓ ୬ଟି ସଂସଦୀୟ କ୍ଷେତ୍ର ଦେଇ ଏହି ଯାତ୍ରା ଯାଇ ସାରିଲାଣି । ୭ ନଭେମ୍ବରରେ ମହାରାଷ୍ଟ୍ର ପହଞ୍ଚି ଥିବା ଯାତ୍ରା ଶନିବାର ୧୩ ତମ ଦିନରେ ଜାରି ରହିଛି। ଏହାରି ମଧ୍ୟରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରିଛନ୍ତି।

ଗୁଜରାଟ ନିର୍ବାଚନ ପ୍ରଚାର ସମୟରେ ଆୟୋଜିତ କରାଯାଇଥିବା ଏକ ରାଲିକୁ ସମ୍ବୋଧିତ କରିଥିଲେ ହିମନ୍ତ। ଏହି ସମୟରେ ସେ ରାହୁଲ ଗାନ୍ଧିଙ୍କୁ ଜୋରଦାର ଟାର୍ଗେଟ କରିଥିଲେ। ହିମନ୍ତ କହିଛନ୍ତି ଯେ, ରାହୁଲଜୀ ଆପଣଙ୍କ ଚହେରା ଏଭଳି ହେବା ଦରକାର, ଯେମିତି ଲୋକଙ୍କୁ ମହାତ୍ମା ଗାନ୍ଧି ଦେଖାଯିବେ, ସର୍ଦ୍ଦାର ପଟେଲ ଦେଖାଯିବେ, କିନ୍ତୁ ଏଭଳି ନୁହେଁ ଯେଉଁଥିରେ ସଦ୍ଦାମ ହୁସେନ ଦେଖାଯିବେ।’

ସେ ରାହୁଲ ଗାନ୍ଧିଙ୍କୁ ଗୁଜରାଟ ନିର୍ବାଚନ ପ୍ରଚାର ନକରିବାକୁ ଆସିବା ନେଇ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ରାହୁଲଙ୍କ ଗୋଟିଏ ଅଭ୍ୟାସ, ଯାହାକୁ ମୁଁ ବହୁ ଦିନ ହେବ ଦେଖୁଛି। ଯଦି ଗୌହାଟିରେ କ୍ରିକେଟ ମ୍ୟାଚ୍ ହୁଏ, ତେବେ ସେ ଗୁଜରାଟରେ ଥିବେ। ସେ ଗୁଜରାଟରେ ମଧ୍ୟ ବ୍ୟାଟ୍‌ ଓ ପ୍ୟାଡ୍‌ ସାଙ୍ଗରେ ରଖିବେ, ପ୍ରସ୍ତୁତ ହେଉଥିବେ କିନ୍ତୁ ମୈଦାନକୁ ଓହ୍ଲାଇ ପାରିବେନି।’

ସାଭରକରଙ୍କ ଉପରେ ବିବାଦୀୟ ମନ୍ତବ୍ୟ ପରେ ଆସାମ ମୁଖ୍ୟମନ୍ତ୍ରୀ ଏବେ ରାହୁଲଙ୍କୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି, ରାହୁଲ ଗାନ୍ଧିଙ୍କ ଐତିହାସିକ ଜ୍ଞାନ ବହୁତ କମ୍। ହୋଇପାରେ ଆଉ କେହି ତାଙ୍କ ପାଇଁ ଇତିହାସ ପଢିଛନ୍ତି, ସେ ଇତିହାସ ପଢିନାହାନ୍ତି। ସେ ସାଭରକରଙ୍କ ଅପମାନ କରି ଘୋର ପାପ କରିଛନ୍ତି ବୋଲି ହିମନ୍ତ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, କଂଗ୍ରେସର ଭାରତ ଯୋଡ ଯାତ୍ରା ୨୦ ନଭେମ୍ବରେ ମଧ୍ୟ ପ୍ରଦେଶ​‌ରେ ପ୍ରବେଶ କରିବାକୁ ଯାଉଛି। କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଏହି ଯାତ୍ରା କେରଳ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ତେଲେଙ୍ଗାନା ଓ ମହାରାଷ୍ଟ୍ର ପରେ ମଧ୍ୟପ୍ରଦେଶ ସୀମାରେ ପ୍ରବେଶ କରିବ।

Related Posts