କର୍ମଚାରୀଙ୍କ ଦରମାରୁ କାଟି ରେଲୱେ ଦେବ ପ୍ରତ୍ୟେକଙ୍କୁ ତ୍ରିରଙ୍ଗା: ପ୍ରକାଶ ପାଇଲା ପ୍ରତିବାଦ

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ପୂର୍ବରୁ ୧୩ରୁ ୧୫ ଅଗଷ୍ଟ ଯାଏଁ ହର ଘର ତ୍ରିରଙ୍ଗା ଅଭିଯାନ କାର୍ଯ୍ୟକାରୀ କରିବ। ଏନେଇ ମୋଦି ସରକାରଙ୍କ ଆହ୍ବାନ ପରେ ଏହି ଅଭିଯାନରେ ରେଲୱେର ପ୍ରତ୍ୟେକ କର୍ମଚାରୀ ନିଜ ଘରେ ଜାତୀୟ ପତାକା ଉଡାଇବେ । ଏଥିପାଇଁ ରେଲୱେ ନିଜର ପ୍ରତ୍ୟେକ କର୍ମଚାରୀଙ୍କୁ ଘରେ ଉଡାଇବା ପାଇଁ ତ୍ରିରଙ୍ଗା ଦେବ । ତେବେ ଏଥିପାଇଁ କର୍ମଚାରୀଙ୍କ ଦରମାରୁ ପତାକା ପିଛା ୩୮ ଟଙ୍କା କଟାଯିବ । ତେବେ ରେଲୱେର ଏହି ନିର୍ଦ୍ଦେଶକୁ ୟୁନିୟନର ନେତା ବିରୋଧ କରିଛନ୍ତି ।

ଏବିପି ଲାଇଭରେ ପ୍ରକାଶିକ ରିପୋର୍ଟ ଅନୁସାରେ ଉତ୍ତର-କେନ୍ଦ୍ରୀୟ ରେଲୱେ କର୍ମଚାରୀ ସଂଘର କର୍ମୀ ଏହାକୁ ନେଇ କଡ଼ା ବିରୋଧ କରିଛନ୍ତି । ସଂଘର ମନ୍ତ୍ରୀ ଚନ୍ଦନ ସିଂ କହିଛନ୍ତି ରେଲୱେ କର୍ମଚାରୀ ରାଷ୍ଟ୍ରଭକ୍ତ ଅଟନ୍ତି ଏବଂ ସେ ନିଜ ଟଙ୍କାରେ ନିଜେ ତ୍ରିରଙ୍ଗା ପତାକା କିଣିପାରିବେ । କର୍ମଚାରୀଙ୍କ ଉପରେ ଏହି ନିୟମ ଲାଗୁ କରା ନଯାଉ ।

ଉଲ୍ଲେଖଯୋଗ୍ୟ ଯେ, ରେଲୱେ କର୍ମଚାରୀଙ୍କ ଦିଆଯାଉଥିବା ତ୍ରିରଙ୍ଗା ଏକ ନିର୍ଦ୍ଦିଷ୍ଟ ଏଜେନ୍ସି ଦ୍ୱାରା ଉପଲବ୍ଧ କରାଯିବ ।

ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଅଗଷ୍ଟ ୧୫ରେ ନିଜ ଘରେ ତ୍ରିରଙ୍ଗା ପତାକା ଉଡାଇବା ପାଇଁ ସମସ୍ତ ଜୋନାଲ ବୋର୍ଡ, କାରଖାନା, ଆରପିଏଫ ଏବଂ ହସ୍ପିଟାଲ ମ୍ୟାଜେମଣ୍ଟକୁ ଚିଠି ଲେଖି ରେଲୱେ ନିର୍ଦ୍ଦେଶ ଦେଇଛି ।

Related Posts