ରାଇମୋହନ ପରିଡାଙ୍କ ଆତ୍ମହତ୍ୟା ମାମାଲା; ରାଇମୋହନ ମାନସିକ ଚାପରେ ଥିବା ପ୍ରାରମ୍ଭିକ ତଦନ୍ତରୁ ସ୍ପଷ୍ଟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଅଭିନେତା ରାଇମୋହନ ପରିଡାଙ୍କ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିବା ପରେ ସାରା ରାଜ୍ୟ ସ୍ତବ୍ଧ ହୋଇ ଉଠିଥିଲା । ସେପଟେ ରାଇମୋହନଙ୍କ ମୃତ୍ୟୁକୁ ନେଇ ଅନେକ ରହସ୍ୟ ଘେରରେ ରହିଛି । ତେବେ ମାନସିକ ଚାପରେ ଥିବା ପ୍ରାରମ୍ଭିକ ତଦନ୍ତୁ ଜଣାପଡିଛି । ତେବେ ଏନେଇ ପରିବାର ଲୋକ କୌଣସି ସୂଚନା ପୋଲିସକୁ ଦେଉନାହାଁନ୍ତି । ଯାହାକୁ ନେଇ ପୋଲିସ ପରିବାର ଲୋକେ, ଡ୍ରାଇଭର ଓ ପଡୋଶୀଙ୍କୁ ପଚରା ଉଚୁରା କରୁଛି ।

ତାଙ୍କ ବ୍ୟବହାର ଏବଂ କୌଣସି ମାନସିକ ଚାପରେ ଥିଲେ କି ନାହିଁ ସେନେଇ ପଚରା ଉଚୁରା କରୁଛି । ସାଂଇଟିଫିକ୍ ଟିମ୍ର ତଥ୍ୟ ଅନୁସାରେ ପୋଲିସ ତଦନ୍ତ କରୁଛି । ରାଇମୋହନ ମୃତ୍ୟୁ ପୂର୍ବରୁ ଥରେ ଥାନାକୁ ଯାଇଥିଲେ । ତେବେ ବ୍ୟକ୍ତିଗତ କାରଣ ପାଇଁ ଥାନାକୁ ଯାଇଥିବା ଭୁବନେଶ୍ୱର ଡିସିପି କହିଛନ୍ତି । ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ପ୍ରକୃତ ସତ ସାମ୍ନାକୁ ଆସିବ ବୋଲି ଡିସିରି ପ୍ରତୀୟ ସିଂହ କହିଛନ୍ତି ।ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts