ତେଲେଙ୍ଗାନା ରାଜ୍ୟ ପରିବହନ ବସରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଲେ ଗର୍ଭବତୀ ମହିଳା: ମିଳିଲା ସାରା ଜୀବନ ମାଗଣା ପାସ୍

ହାଇଦ୍ରାବାଦ: ଚଳନ୍ତା ବସ୍ ରେ ଜନ୍ମ ଗ୍ରହଣ କଲା ଏକ ସନ୍ତାନ । ଜଣେ ଗର୍ଭବତୀ ମହିଳା ଏକ ପୁତ୍ର ସନ୍ତାନକୁ ଚଳନ୍ତା ବସ୍ ମଧ୍ୟରେ ଜନ୍ମ ଦେଇଛନ୍ତି । ତେଲେଙ୍ଗାନା ରାଜ୍ୟ ପରିବହନ ବସରେ ଘଟିଛି ଏହି ଘଟଣା । ଏନେଇ TSRTC ଏମଡି ତାଙ୍କୁ ସାରା ଜୀବନ ମାଗଣା ବସ ପାସ ପ୍ରଦାନ କରିଛନ୍ତି । ଆରଟିସି ବସଟି ମହିଳାଙ୍କ ପାଇଁ ହସ୍ପିଟାଲ ପାଲଟିଥିଲା । ଆଉ ବସ ଡ୍ରାଇଭର ଡାକ୍ତର । ଘଟଣାଟି ତେଲେଙ୍ଗାନ ଅଦିଲାବାଦ ଜିଲ୍ଲାରେ ଦେଖିବାକୁ ମିଳିଛି ।

ମହାରାଷ୍ଟ୍ର ଶିଙ୍ଗାରିଭାଦା କିନୱାତର ମଦାବି ରତ୍ନାମାଳା ଯିଏକି ଗର୍ଭବତୀ ଥିଲେ । ସେ ଇନ୍ଦ୍ରାଭେଲିରେ ରୁହନ୍ତି । ତାଙ୍କ ପରିବାର ସହ ରବିବାର ସେ ଇନ୍ଦ୍ରାଭେଲିରୁ ଅଦିଲାବାଦ ଯାଉଥିଲେ । ବସରେ ଅଚାନକ ମଦାବି ରତ୍ନାମାଳାଙ୍କ ପ୍ରସବ ଯନ୍ତ୍ରଣା ହୋଇଥିଲା । ଫଳରେ ମାନାକାପୁରରେ ବସଟି ଅଟକି ଥିଲା । ବସରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ପରେ ମହିଳାଙ୍କୁ ଗୁଡିହାଣ୍ଟୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ବସରେ ଶିଶୁପୁତ୍ରଟି ଜନ୍ମ ହୋଇଥିବାକୁ TSRTC ଏମଡି ତାଙ୍କୁ ସାରା ଜୀବନ ମାଗଣା ବସ ପାସ ପ୍ରଦାନ କରିଛନ୍ତି ।ଉଭୟ ଓ ମାଆ ଓ ଶିଶୁଙ୍କୁ ଦେଖିବା ପରେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବା କହିଛନ୍ତି ଡାକ୍ତର। ଆରଟିସି ଡିଭିଏମ୍ ମଧୁସୂଦନ ଏବଂ ଡିଏମ୍ ବିଜୟ ଡାକ୍ତରଖାନାକୁ ଯାଇ ମାଆ ଏବଂ ଶିଶୁର ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ଆରଟିସି ବସରେ ଜନ୍ମ ହୋଇଥିବା ଶିଶୁକୁ ସାରା ଜୀବନ ଆରଟିସି ବସରେ ମାଗଣାରେ ଯାତ୍ରା କରିବାକୁ ବସ୍ ପାସ୍ ଦିଆଯିବ କହିଛନ୍ତି ଆରଟିସି ଏମଡି ସାଜାନାର। ମାଆଙ୍କୁ ନିରାପଦରେ ଡାକ୍ତରଖାନାକୁ ନେଇଥିବାରୁ ଆରଟିସି ଚେୟାରମ୍ୟାନ୍ ବାଜିରେଡ୍ଡି ଏବଂ ସିଏମଡି ସାଜାନାର ବସ୍ ଡ୍ରାଇଭର ଏମ ଅଞ୍ଜନା ଏବଂ କଣ୍ଡକ୍ଟର ସିଏଚ ଗବର ସିଂଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Related Posts