ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା, ଅନୁଭବଙ୍କ ତ୍ୱରିତ ଶୁଣାଣି ଆବେଦନର ଅନ୍ତ ଘଟାଇଲେ ହାଇକୋର୍ଟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ହାଇକୋର୍ଟରେ ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲାର ଅନ୍ତ । ପାରିବାରିକ ବିବାଦ ମାମଲାର ମାମଲାର ଶୁଣାଣିରେ ପୂର୍ଣ୍ଣଛେଦ ପକାଇଛନ୍ତି  ଉଚ୍ଚ ନ୍ୟାୟାଳୟ। ଫ୍ୟାମିଲି କୋର୍ଟରେ ମାମଲା ଚାଲିଥିବା ବେଳେ ଏହାର ତ୍ୱରିତ ଶୁଣାଣି ନିର୍ଦ୍ଦେଶ ପାଇଁ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। କିନ୍ତୁ ଅନୁଭବଙ୍କ ଏହି ଆବେଦନର ଅନ୍ତ ଘଟାଇଛନ୍ତି ହାଇକୋର୍ଟ। ଯେହେତୁ ଫ୍ୟାମିଲି କୋର୍ଟରେ ମାମଲାର ବିଚାର ଆରମ୍ଭ ହୋଇଛି ତେଣୁ ମାମଲାର ଅନ୍ତ ଘଟାଇଛନ୍ତି ହାଇକୋର୍ଟ । 

ସୂଚନା ଥାଉକି , ପୂର୍ବରୁ ଜୁଲାଇ ୯ ତାରିଖରେ ଦୁହେଁ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ। ସେଦିନ ଉଭୟଙ୍କ ମଧ୍ୟରେ ଦୁଇ ଘଣ୍ଟା ଧରି ଆଲୋଚନା ହୋଇଥିଲା। ଏହି ସମୟରେ କମିଶନର ଦୁହିଁଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେଦିନ ସମଧାନ ହୋଇପାରିନଥିଲା। ପରେ ଉଭୟଙ୍କୁ ଦ୍ୱିତୀୟ ତାରିଖ ଦିଆଯାଇଥିଲା। ଦୁହେଁ ଫ୍ୟାମିଲି କୋର୍ଟରେ ପହଞ୍ଚିଥିଲେ ମଧ୍ୟ ସମାଧାନର ଦିଗ ବାହାରି ପାରି ନଥିଲା।

ସାସଂଦ ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଦାମ୍ପତ୍ୟ କଳହକୁ ନେଇ ଫ୍ୟାମିଲି କୋର୍ଟରେ ମାମଲା ଚାଲୁଥିବା ବେଳେ ଗତ ଜୁଲାଇ ୨୦ ତାରିଖରେ ଅନୁଭବ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ। ବିବାହ ବିଚ୍ଛେଦ ମାମଲାର ଚୂଡ଼ାନ୍ତ ଶୁଣାଣି ପାଇଁ ସେ ଆବେଦନ କରିଥିଲେ । ମାମଲାର ଚୂଡ଼ାନ୍ତ ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରିବାକୁ ସେ ଆବେଦନ କରିଥିଲେ। 

ସୂଚନାଯୋଗ୍ୟ ଯେ ଛାଡପତ୍ର ନେଇ କଟକ ପାରିବାରିକ ଅଦାଲତରେ ମାମଲା ରୁଜୁ ହୋଇଥିଲା। କିନ୍ତୁ ଫ୍ୟାମିଲି କୋର୍ଟ କମିଶନର କୋର୍ଟରେ ହାଜର ହେବାକୁ ଉଭୟଙ୍କୁ ନୋଟିସ୍ ଜାରି କରିଥିଲେ। ନୋଟିସ୍ ପାଇ ବର୍ଷା କୋର୍ଟରେ ହାଜର ହେଉଥିବା ବେଳେ ଅନୁଭବ ଉପସ୍ଥିତ ରହୁ ନ ଥିଲେ। ଏପଟେ ଅନୁଭବ ଯେତେବେଳ ଆସୁଥିଲେ ସେତେ ବେଳେ ବର୍ଷା କୋର୍ଟ ଅସୁ ନଥିଲେ। ସେଥିପାଇଁ ଛାଡ଼ପତ୍ର ମାମଲାର ଶୁଣାଣି ଦିନ ପରେ ଦିନ ଗଡ଼ି ଗଡ଼ି ଚାଲୁଛି। ଏହା ମଧ୍ୟରେ ଅନୁଭବ ଜୁଲାଇ ୨୦ରେ ଉଚ୍ଚ ନ୍ୟାୟାଳୟରେ ମାମଲା ଦାୟର କରିଥିଲେ। 

କିଛିଦିନ ପୂର୍ବରୁ ଅନୁଭବ-ବର୍ଷା ଉଭୟ ପୁରୀଘାଟ ଥାନାର ଦ୍ୱାରସ୍ଥ ହୋଇଥିଲେ। ତେବେ ବର୍ଷା ଅଭିଯୋଗ କରିଥିଲେ ଯେ ସେ ରହୁଥିବା ଘର ଆଡ଼କୁ ମନ୍ଦ ଉଦ୍ଦେଶ୍ୟରେ ସିସିଟିଭି ଲଗାଯାଇଛି , କିନ୍ତୁ ଅନୁଭବଙ୍କ ଯୁକ୍ତି ଥିଲା ଯେ ଘରେ ଅଜଣା ଲୋକ ପଶୁଥିବା କାରଣରୁ ସିସିଟିଭି ଲଗାଯାଇଥିଲା। ଘର ଭିତରକୁ ଅଜଣା ଲୋକ ପଶୁଥିବା ନେଇ ଅନୁଭବ ପୁରୀଘାଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ଅନୁଭବଙ୍କ ଏହି ଅଭିଯୋଗକୁ ପୋଲିସ୍‌ ଗୁରୁତ୍ବର ସହ ନେଇଥିଲା।

Related Posts