ମନୋଜ, ତେଜେଶ୍ୱର, ଅନୀଲଙ୍କୁ ରାଜ୍ୟ ବିଜେପିର ମୁଖପାତ୍ର ଭାବେ ମିଳିଲା ନିଯୁକ୍ତି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସ ଓ ବିଜେଡି ଛାଡ଼ି ଗତ କିଛିଦିନ ତଳେ ବିଜେପିରେ ସାମିଲ ହୋଇଥିବା ଯୁବନେତା ମନୋଜ କୁମାର ମହାପାତ୍ର, ତେଜେଶ୍ୱର ପରିଡ଼ା ଓ ଅନୀଲ କୁମାର ବିଶ୍ୱାଳଙ୍କୁ ରାଜ୍ୟ ବିଜେପି ମୁଖପାତ୍ର ଭାବେ ନିଯୁକ୍ତି ମିଳଛି ।ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନରେ ୩ଜଣ ଯୁବ ନେତାଙ୍କୁ ଦଳ ରାଜ୍ୟ ମୁଖପାତ୍ର ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି ବୋଲି ବିଜେପି ରାଜ୍ୟ ମିଡିଆ ସେଲ୍ ମୁଖ୍ୟ ଦିଲ୍ଲୀପ ମଲ୍ଲିକ ସୂଚନା ଦେଇଛନ୍ତି ।ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ନିଜର ମିଡିଆ ବିଭାଗକୁ ଅଧିକ ସୁଦୃଢ଼ କରିବାକୁ ପଦକ୍ଷେପ ନେଇଛି ।

ସୂଚନାଯୋଗ୍ୟ, ଗତ କିଛିଦିନ ପୂର୍ବରୁ କଂଗ୍ରେସ ଛାଡ଼ି ମନୋଜ ମହାପାତ୍ର, ଓ ବିଜେଡି ଛାଡ଼ି ତେଜେଶ୍ୱର ପରିଡ଼ାଙ୍କୁ ବିଜେପିରେ ସାମିଲ ହୋଇଥିଲେ । ପୁରୀର ଅନୀଲ କୁମାର ବିଶ୍ୱାଳ ବିଜେପି ସହ ପୂର୍ବରୁ ଜଡ଼ିତ ରହିଛନ୍ତି ।

Related Posts