ରାଜ୍ୟରେ ବର୍ଷା ଜାରି: ୨୦ଟି ଗେଟ୍ ଦେଇ ହୀରାକୁଦ ଡ୍ୟାମରୁ ଜଳ ନିଷ୍କାସନ

ସମ୍ୱଲପୁର : ରାଜ୍ୟରେ ଜାରି ରହିଛି ବର୍ଷା । ଲଗାଣ ବର୍ଷା ହେବା ଫଳରେ ଉପର ମୁଣ୍ଡର ଜଳସ୍ତର ବୃଦ୍ଧି ପାଉଛି । ଏହାରି ମଧ୍ୟରେ ହୀରାକୁଦ ଡ୍ୟାମର ଗୋଟିଏ ପରେ ଗୋଟିଏ ଗେଟ୍ ଖୋଲା ଯାଇଛି । ଏବେ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ବାମ ପାର୍ଶ୍ୱରେ ୧୩ଟି ଏବଂ ଡାହାଣ ପାର୍ଶ୍ୱରେ ୭ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି ।

ସକାଳ ୬ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର- ୬୧୬.୭୩ ଫୁଟ୍ । ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ପ୍ରବେଶ କରୁଛି ୪ ଲକ୍ଷ ୩୯ ହଜାର ୩୩୩ କ୍ୟୁସେକ୍ ଜଳ ।

ସେହପରି ପ୍ରତି ସେକେଣ୍ଡରେ ନିଷ୍କାସିତ ହେଉଛି ୩ ଲକ୍ଷ ୪୮ ହଜାର ୭୬୦ କ୍ୟୁସେକ ଜଳ । ଗତକାଲି ହୀରାକୁଦ ତଳିଆ ଅଞ୍ଚଳ ପାଇଁ ସତର୍କ ସୂଚନା ଜାରି ହୋଇଥିଲା । ହୀରାକୁଦ ତଳିଆ ଅଞ୍ଚଳକୁ ଜଳ ପ୍ରବେଶ ନେଇ ସମ୍ବଲପୁର ପ୍ରଶାସନର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିଲା ।

ଲଗାଣ ବର୍ଷା ଫଳରେ ଜଳ ନିଷ୍କାସନ ହେଉଥିବାରୁ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ତଳମୁଣ୍ଡରେ ଜଳ ପ୍ରବେଶ କରୁଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି । ନଦୀ ତଳ ଅଞ୍ଚଳରେ ନଦୀକୁ ନଯିବାକୁ ପରାମର୍ଶ ଜାରି କରିଛି ପ୍ରଶାସନ ।

Related Posts