ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ର ରାଜନୈତିକ ସଙ୍କଟ ଭିତରେ ରାଜ ଠାକରେଙ୍କ ଏଣ୍ଟ୍ରି । ସେପଟେ ମହାରାଷ୍ଟ୍ର ରାଜନୀତି ଝଡ ଉଗ୍ର ରୂପ ଧାରଣ କରିଛି। ତେବେ ୪୦ରୁ ଅଧିକ ବିଧାୟକ ବିଦ୍ରୋହ କରି ମୁମ୍ବାଇ ଛାଡି ଗୁଆହାଟୀରେ ଯାଇ ବସିଛନ୍ତି। ସେପଟେ ବିଦ୍ରୋହୀ ବିଧାୟକଙ୍କ ନେତୃତ୍ୱ ସିନ୍ଦେଙ୍କ ହାତରେ ରହିଛି। ଏହା ମଧ୍ୟରେ ଏମ୍ଏନଏସ୍ ମୁଖ୍ୟ ରାଜ ଠାକରେ ଏହି ସଙ୍କଟ ଭିତରକୁ ଏଣ୍ଟ୍ରି କରିଛନ୍ତି। ଏକନାଥ ସିନ୍ଦେ ଫୋନରେ ଦୁଇଥର ଏମ୍ଏନଏସ୍ ମୁଖ୍ୟ ରାଜ ଠାକରେଙ୍କ ସହ କଥା ହୋଇଛନ୍ତି। ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ସମ୍ପର୍କରେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିବା କୁହାଯାଉଛି। ଯାହା ବର୍ତ୍ତମାନ ସାର ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
ଅନ୍ୟପଟେ ଏକନାଥ ସିନ୍ଦେ ତାଙ୍କ ଗୋଷ୍ଠୀକୁ ପ୍ରକୃତ ଶିବସେନା ବୋଲି କହୁଛନ୍ତି। ଶିବସେନାକୁ ସମର୍ଥନ କରୁଥିବା ବିଧାୟକଙ୍କ ସଂଖ୍ୟା ୫୦ ଅତିକ୍ରମ କରିବ ବୋଲି ସିନ୍ଦେ ଦାବି କରିଛନ୍ତି। ଶିବସେନାର ବିଦ୍ରୋହୀ ବିଧାୟକ ଦୀପକ କେସରକର ଦାବି କରିଛନ୍ତି ଯେ, ଆମେ ତିନି କିମ୍ବା ଚାରି ଦିନ ମଧ୍ୟରେ ଏକ ନିଷ୍ପତ୍ତିରେ ପହଞ୍ଚିବୁ ବୋଲି ଆଶା କରାଯାଉଛି। ଏହା ପରେ ଆମେ ସିଧା ମହାରାଷ୍ଟ୍ରକୁ ଫେରିବୁ। ଆମ ସମର୍ଥନରେ ଆଉ ଜଣେରୁ ଦୁଇ ଜଣ ବିଧାୟକ ଆସୁଛନ୍ତି। ଫଳରେ ଆମକୁ ସମର୍ଥନ କରୁଥିବା ବିଧାୟକଙ୍କ ସଂଖ୍ୟା ୫୦ରୁ ଅଧିକ ହେବ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୀତିକ ମହୋଲ ବେଶ୍ ସରଗରମ ହୋଇ ଉଠିଛି ।
