ରାଜସ୍ଥାନର ଜଣେ କଂଗ୍ରେସ ନେତାଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ: ଉତ୍ତର ଦିଲ୍ଲୀର ସଦର ପୁଲିସ ଷ୍ଟେସନରେ ମାମଲା ଦାୟର

ଜୟପୁର: ଦୁଷ୍କର୍ମର ଶିକାର ହୋଇଛନ୍ତି ରାଜସ୍ଥାନର ଜଣେ ୨୩ ବର୍ଷୀୟ ଯୁବତୀ | ରାଜସ୍ଥାନର ମନ୍ତ୍ରୀ ମହେଶ ଜୋଷୀଙ୍କ ପୁଅ ତାଙ୍କୁ ଦୁଷ୍କର୍ମ କରିଥିବା ସେ ଅଭିଯୋଗ ଆଣିଛନ୍ତି | ଏନେଇ ପୀଡିତା ଉତ୍ତର ଦିଲ୍ଲୀର ସଦର ପୁଲିସ ଷ୍ଟେସନରେ ମାମଲା ଦାୟର କରିଛନ୍ତି |

ଗତ ବର୍ଷ ଜୟପୁର ଏବଂ ଦିଲ୍ଲୀରେ ମନ୍ତ୍ରୀଙ୍କ ପୁଅ ରୋହିତ ଜୋଷୀ ଦୁଷ୍କର୍ମ କରଥିବା ଅଭିଯୋଗ ହୋଇଛି। ୨୦୨୧ରୁ ଜାନୁଆରୀ ୮ରୁ ଏପ୍ରିଲ ୧୭ ମଧ୍ୟରେ ଏକାଧିକ ଥର ମନ୍ତ୍ରୀଙ୍କ ପୁଅ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ପୀଡିତା ଅଭିଯୋଗ କରିଛନ୍ତି ଯେ, ମନ୍ତ୍ରୀଙ୍କ ପୁଅ ରୋହିତ ଯୋଶୀ ମଦ୍ୟପାନ କରିବା ପରେ ତାଙ୍କୁ ଅନେକ ଥର ଦୁଷ୍କର୍ମ କରିଥିଲେ। ସେ ଯେତେବେଳେ ଗର୍ଭବତୀ ହୋଇଥିଲେ ସେତେବେଳେ ତାଙ୍କର ଗର୍ଭପାତ କରାଯାଇଥିଲା । ଉଭୟଙ୍କ ମଧ୍ୟରେ ଫେସବୁକ ମାଧ୍ୟମରେ ବନ୍ଧୁତ୍ୱ ସ୍ଥାପନ ହୋଇଥିଲା |

ଏହା ପରେ, ରୋହିତ ତାଙ୍କୁ ୮ ଜାନୁଆରୀ ୨୦୨୧ରେ ସାୱାଇ ମାଧୋପୁରରେ ଥିବା ତାଙ୍କ ବନ୍ଧୁଙ୍କ ଘରକୁ ନେଇଥିଲେ | ଯେଉଁଠାରେ ରୋହିତ ମଦ୍ୟପାନ କରିବା ପରେ ଦୁଷ୍କର୍ମ କରିଥିଲେ। ପୀଡିତାଙ୍କ ଅଭିଯୋଗ ପରେ ଉତ୍ତର ଦିଲ୍ଲୀ ପୁଲିସ ଏକ ଏଫଆଇଆର ପଞ୍ଜିକରଣ କରି ଏହାକୁ ସାୱାଇ ମାଧୋପୁର ଏସପିଙ୍କ ନିକଟକୁ ପଠାଇ ଦେଇଛି। ପୀଡିତା ଅଭିଯୋଗ କରିଛନ୍ତି ଯେ ଏହା ପରେ ୨୦ ଏପ୍ରିଲ ୨୦୨୧ରେ ରୋହିତ ଯୋଶୀ ତାଙ୍କ ବନ୍ଧୁଙ୍କ ଫାର୍ମ ହାଉସକୁ ନେଇଯାଇଥିଲେ। ଯେଉଁଠାରେ ସେ ତାଙ୍କୁ ବିବାହ କରିବା ବିଷୟରେ କହିଥିଲେ।

ପୀଡିତାଙ୍କ କହିବାନୁସାରେ, ୨୬ ଜୁନ୍ ୨୦୨୧ରେ, ଅଭିଯୁକ୍ତ ତାଙ୍କୁ ମନାଲିକୁ ନେଇଥିଲେ | ପୀଡିତା ୧୧ ଅଗଷ୍ଟ ୨୦୨୧ରେ ଗର୍ଭବତୀ ହୋଇଥିଲେ। ଯେତେବେଳେ ସେ ରୋହିତଙ୍କୁ ଏ ବିଷୟରେ ଜଣାଇଲେ । ସେତେବେଳେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ପୀଡିତା ଅଭିଯୋଗ କରିଛନ୍ତି ଯେ ସେପ୍ଟେମ୍ବର ୩ ରୁ ୪ ତାରିଖ ପର୍ଯ୍ୟନ୍ତ ରୋହିତ ତାଙ୍କୁ ଦିଲ୍ଲୀର ହୋଟେଲ ସମ୍ରାଟରେ ଦୁଷ୍କର୍ମ କରିଥିଲେ। ପୀଡିତାଙ୍କ କହିବା ଅନୁଯାୟୀ, ୨୦୨୨ ମସିହା ଏପ୍ରିଲ ୧୭ରେ ତାଙ୍କୁ ପୁଣି ଦୁଷ୍କର୍ମ କରାଯାଇଥିଲା।

ସେପଟେ ଏହି ଅଭିଯୋଗ କୁ ନେଇ ମନ୍ତ୍ରୀଙ୍କ ପୁଅ ଙ୍କ ଠାରୁ କୌଣସି ଉତ୍ତର ମିଳି ନାହିଁ |

Related Posts