
ଚେନ୍ନାଇ: ଆଜି କାଲିର ବ୍ୟସ୍ତବହୁଳ ଜୀବନରେ ଅନେକ ନିଜ ନିତିଦିନିଆ କାମ ପାଇଁ ସହାୟିକା ରଖିବାକୁ ପସନ୍ଦ କରୁଛନ୍ତି | ଯାହା ତାଙ୍କୁ ଦୈନିକ କାର୍ଯ୍ୟରେ ସାହାଯ୍ୟ କରିବ | ତେବେ ଏହି ସହାୟିକା ରଖିବାର ଇଛା କେତେ ଯେ କ୍ଷତିକାରକ ତାହା ଏକ ଘଟଣାରୁ ପ୍ରମାଣିତ ହୋଇଛି |
ବିଶ୍ୱାସରେ ବିଷ ଦେଇଛି ଚାକର | ପ୍ରଥମେ ନିଜ ମାଲିକ ମାନଙ୍କୁ ହତ୍ୟା କରିବା ପରେ ତାଙ୍କୁ କବର ଦେଇ ୫ କୋଟି ଟଙ୍କାର ଅଳଙ୍କାର ଲୁଟି ନେଇଛନ୍ତି |
ଆମେରିକାରେ ରହୁଥିବା ସ୍ୱାମୀ-ସ୍ତ୍ରୀ ଗତକାଲି ନିଜ ଘର ଚେନ୍ନାଇକୁ ଫେରିଥିଲେ। ତେବେ ସେହି ରାତିରେ ସେମାନଙ୍କୁ ହତ୍ୟା କରି ଚାକର ଲୁଟିନେଇଛନ୍ତି ୫ କୋଟି ଟଙ୍କାର ଗହଣା। ପୁଲିସ ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିବା ସହ ଲୁଟ ଗହଣା ଜବତ କରିଛି। ମୃତକ ହେଲେ ୬୦ ବର୍ଷୀୟ ଶ୍ରୀକାନ୍ତ ଏବଂ ତାଙ୍କ ପତ୍ନୀ ଅନୁରାଧା। ବୃତ୍ତିରେ ଶ୍ରୀକାନ୍ତ ଜଣେ ଚାଟାର୍ଡ଼ ଆକାଉଣ୍ଟାଣ୍ଟ। ଅଭିଯୁକ୍ତମାନେ ଶ୍ରୀକାନ୍ତ ଏବଂ ତାଙ୍କ ସ୍ତ୍ରୀକୁ ହତ୍ୟା କରି ତାଙ୍କ ଫାର୍ମହାଉସରେ ପୋତି ଦେଇଥିଲେ।
ଚେନ୍ନାଇ ବାହାରେ ଥିବା ଶ୍ରୀକାନ୍ତଙ୍କ ଫାର୍ମହାଉସରେ ଉଭୟଙ୍କ ମୃତ ଦେହକୁ କବର ଦେଇଥିଲେ । ଶ୍ରୀକାନ୍ତଙ୍କ ଝିଅ ମଧ୍ୟ ଆମେରିକାରେ ରୁହନ୍ତି। ଗତକାଲି ତାଙ୍କ ଝିଅ ବାପା ଓ ମାଙ୍କୁ ଫୋନ୍ ଲାଗାଇଥିଲେ। ହେଲେ ଭୟଙ୍କ ଫୋନ ସୁଇଚ ଅଫ ଦେଖାଇଥିଲା। ତାଙ୍କର ସନ୍ଦେହ ବଢ଼ିଥିଲା।
ଏହା ପରେ ସେ ଚେନ୍ନାଇରେ ତାଙ୍କ ପଡ଼ୋଶୀଙ୍କୁ ଫୋନ ଲଗାଇଥିଲେ। ପଡ଼ୋଶୀଙ୍କଠାରୁ ଖବର ପାଇ ଘଟଣା ସମ୍ପର୍କରେ ପୁଲିସକୁ ଜଣାଇଥିଲେ ଶ୍ରୀକାନ୍ତଙ୍କ ଝିଅ। ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।
ଯାଞ୍ଚ ବେଳେ ସବୁ କଥା ଜଣାପଡ଼ିଥିଲା। ପୁଲିସ ପ୍ରଥମେ ଘରର ସହାୟତା କାମ କରୁଥିବା ଡ୍ରାଇଭର ରବି ଏବଂ କୃଷ୍ଣଙ୍କୁ ଗିରଫ କରିଥିଲା। ଉଭୟେ ନେପାଳ ଖସିଯିବାକୁ ଯୋଜନା କରୁଥିବା ବେଳେ ପୁଲିସ ତାଙ୍କୁ ଧରିନେଇଛି। ସିସିଟିଭି ଯାଞ୍ଚ ଏବଂ ଅନ୍ୟାନ୍ୟ ପ୍ରମାଣକୁ ଆଧାର କରି ପୁଲିସ ଅଭିଯୁକ୍ତଙ୍କୁ ଟ୍ରାକ କରିଥିଲ।
ପରେ ପୁଲିସ ଉଭୟ ଅଭିଯୁକ୍ତଙ୍କୁ ଜେରା କରିବା ପରେ ଘଟଣାସ୍ଥଳକୁ ଯାଇ ମୃତ ଦେହକୁ ମାଟିତଳୁ ବାହାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅଧିକ ତଦନ୍ତ ଆରମ୍ଭ କରିଛି |