ରାଜସ୍ଥାନର ସରିସ୍କା ବ୍ୟାଘ୍ର ଅଭୟାରଣ୍ୟରେ ନିଆଁ ଲାଗିବା ଘଟଣା: ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ରାଜସ୍ଥାନର ସରିସ୍କା ବ୍ୟାଘ୍ର ଅଭୟାରଣ୍ୟରେ ଲାଗିଛି ନିଆଁ । ଧିରେ ଧିରେ ନିଆଁ ସମଗ୍ର ଅଞ୍ଚଳକୁ ବ୍ୟାପୁଥିବା ବେଳେ, ଏନେଇ ଚିନ୍ତା ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ଆଜି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସହ ଫୋନରେ କଥା ହୋଇଛନ୍ତି । ନିଆଁ ଲିଭା କାର୍ଯ୍ୟ ଜାରି ରହିଛି ଓ ସମସ୍ତ ଆବଶ୍ୟକୀୟ ସହଯୋଗ ଯୋଗାଇ ଦେବାପାଇଁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ରାଜସ୍ଥାନ ସରକାରଙ୍କ ପକ୍ଷରୁ କୁହାଯାଇଛି ।

ସରିସ୍କା ବ୍ୟାଘ୍ର ଅଭୟାରଣ୍ୟରେ ଲାଗିଥିବା ଜଙ୍ଗଲ ନିଆଁ ବ୍ୟାପିବାରେ ଲାଗିଥିବା ବେଳେ ଆୟତ୍ତ କାର୍ଯ୍ୟରେ ବାୟୁସେନାର ଦୁଇ ହେଲିକପ୍ଟର ନିୟୋଜିତ ହୋଇଛନ୍ତି । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ, ଅଗ୍ନିଶମ ଟିମ ମଧ୍ୟ ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି । ତେବେ ବର୍ତ୍ତମାନ ଗ୍ରୀଷ୍ମ ଋତୁ ହୋଇଥିବାରୁ ଜଙ୍ଗଲରେ ଶୁଖିଲା ପତ୍ର ଓ ଘାସ ଅନେକ ମାତ୍ରାରେ ରହିଥିବା ଯୋଗୁଁ ନିଆଁ ବ୍ୟାପିବାରେ ଲାଗିଛି ।

ସେପଟେ ସମସ୍ତଙ୍କ ଉଦ୍ୟମ ଫଳରେ ନିଆଁ ଏବେ ଆୟତକୁ ଆସୁଥିବା ସୂଚନା ଦେଇଛନ୍ତି ରାଜସ୍ଥାନ ସରକାର ଓ ବନ ବିଭାଗ ।

Related Posts