ଜେଏନୟୁରେ ରାମ ନବମୀ ଦିନ ହଙ୍ଗାମା: ଆମିଷ ଖାଇବାକୁ ନେଇ ଦୁଇ ଛାତ୍ର ସଂଗଠନ ମଧ୍ୟରେ ହାତାହାତି

ନୂଆଦିଲ୍ଲୀ: ଅଶାନ୍ତ ଜବାହରଲାଲ ନେହେରୁ ବିଶ୍ଵ ବିଦ୍ୟାଳୟ (ଜେଏନୟୁ) । ରାମ ନବମୀ ଦିନ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ହଙ୍ଗାମା ସୃଷ୍ଟି ହୋଇଛି। କ୍ୟାମ୍ପସ ପରିସରରେ ରବିବାର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ଏବଂ ବାମପନ୍ଥୀ(ଲେଫ୍ଟ)ଛାତ୍ର ସଂଗଠନ ହାତାହାତି ହୋଇଛନ୍ତି। ଆମିଷ ଖାଇବାକୁ ନେଇ କେନ୍ଦ୍ର କରି ଉଭୟ ଗୋଷ୍ଟି ମଧ୍ୟରେ ସଙ୍ଘର୍ଷ ଘଟିଥିବା ସୂଚନା ମିଳିଛି। ଆମିଷ ଖାଇବାକୁ ନେଇ ଏବିଭିପି ଛାତ୍ରମାନେ ବାଧା ଦେଉଥିବା ବାମପନ୍ଥୀ ଛାତ୍ର ଗୋଷ୍ଠୀ ଅଭିଯୋଗ କରିଥିବା ବେଳେ ଲେଫ୍ଟ ଓ୍ଵିଙ୍ଗ ଗୋଷ୍ଠୀ ଆମକୁ ରାମନବମୀ ପାଳିବାକୁ ଦେଉନଥିବା କହିଛନ୍ତି ଏବିଭିପି।

ସୂଚନା ଅନୁଯାୟୀ, ଜେଏନୟୁର କାବେରୀ ହୋଷ୍ଟେଲରେ ପୂର୍ବତନ ଛାତ୍ରଙ୍କ ଦ୍ଵାରା ରାମନବମୀ ପୂଜା କରାଯାଉଥିଲା। ଅନ୍ୟପଟେ ବାପପନ୍ଥୀ ବିଚାର ଧାରା ଜଡିତ ଛାତ୍ର ସଂଗଠନ ପୂଜା ହେବାକୁ ଦେବାକୁ ଚାହୁଁନଥିଲେ। ତେବେ ପୂଜା ଶାନ୍ତି ଶୃଙ୍ଖଳାର ସହ ସଂପନ୍ନ ହୋଇଛି। ଅନ୍ୟପଟେ ପୂଜା ରୋକିବାରେ ବିଫଳ ହୋଇଥିବା ବାମପନ୍ଥୀ ଛାତ୍ର ସଂଗଠନ ଆମିଷ ଖାଇବାରେ ସେମାନଙ୍କୁ ବାଧା ଦିଆଯାଉଥିବା ପ୍ରସଙ୍ଗ ଉଠାଇଛନ୍ତି।

ସୂଚନାଯୋଗ୍ୟ, କାବେରୀ ହୋଷ୍ଟେଲର ଖାଦ୍ୟ ତାଲିକାରେ ଉଭୟ ଆମିଷ ଏବଂ ନିରାମିଷ ସାମିଲ୍। ଏବିଭିପିର କାର୍ଯ୍ୟକର୍ତ୍ତା ରବିବାର ଆମିଷ ପ୍ରସ୍ତୁତ କରିବା ଏବଂ ଖାଇବାକୁ ବାରଣ କରୁଥିଲେ। ଏହି ସମୟରେ ଏବିଭିପି କାର୍ଯ୍ୟକର୍ତ୍ତା ଏବଂ ବାମପନ୍ଥୀ ଛାତ୍ର ସଂଗଠନ ମଧ୍ୟରେ ହୋଇଥିବା ହାତାହାତିରେ କିଛି ଆହତ ହୋଇଛନ୍ତି। ବାମପନ୍ଥୀ ଛାତ୍ରମାନେ କହିଛନ୍ତି, ରବିବାର ଛାତ୍ରାବାସରେ ଖାଦ୍ୟ ତାଲିକାରେ ଆମିଷ ସାମିଲ୍ ଥିଲା। ତେବେ ଏବିଭିପିର ଛାତ୍ରମାନେ କାବେରୀ ହୋଷ୍ଟେଲରେ ଛାତ୍ରମାନଙ୍କୁ ଆମିଷ ଖାଇବାକୁ ଅଟକାଇଥିଲେ। ଅନ୍ୟପଟେ ଏବିଭିପି ଅଭିଯୋଗ କରିଛି, ଛାତ୍ରାବାସରେ ରାମ ନବମୀ ଆୟୋଜନ କରାଯାଇଥିଲା, ମାତ୍ର ବାମପନ୍ଥୀ ଛାତ୍ରମାନେ ପୂଜା ବନ୍ଦ କରିବାକୁ ଚେଷ୍ଟା କରିଥିଲେ। ଏହା ପରେ ବାମପନ୍ଥୀ ଛାତ୍ର ସଂଗଠନ ରାତି ସାଢେ ସାତଟାରେ ସମସ୍ତ ସଂଗଠନର ବୈଠକ ଡକାଇଥିଲେ। ଏହି ବୈଠକ ପରେ ବାମପନ୍ଥୀ ଏବଂ ଏବିଭିପି ସଂଗଠନ ମଧ୍ୟରେ ମାରପିଟ୍ ଆରମ୍ଭ ହୋଇ ଯାଇଥିଲା। ଏଥିରେ ତିନି ଯୁବତୀଙ୍କ ସହ ପ୍ରାୟ ୬ ଜଣ ଆହତ ହୋଇଛନ୍ତି।

ଅନ୍ୟପଟେ, ଆକ୍ରମଣ ନେଇ ଦୁଇ ଗୋଷ୍ଠୀ ପରସ୍ପର ଉପରେ ଦୋଷ ଲଦାଲଦି ହେଉଥିବା ବେଳେ, ଜେଏନୟୁ କର୍ତ୍ତୃପକ୍ଷ କହିଛନ୍ତି, ପୂରା ମାମଲାର ତଦନ୍ତ କରାଯାଉଛି। କୌଣସି ପ୍ରକାରର ଅନୁଶାସନହୀନତାକୁ ବରଦାସ୍ତ କରାଯାଇ ପାରିବ ନାହିଁ ବୋଲି ବିଶ୍ଵ ବିଦ୍ୟାଳୟ ପ୍ରଶାସନ କହିଛି। ବରିଷ୍ଠ ଅଧିକାରୀ କହିଛନ୍ତି, ଜେଏନୟୁରେ ଖାଦ୍ୟପେୟ, ପୋଷାକ ପରିଧାନ ଏବଂ ଧର୍ମ ପାଳନ ନେଇ କୌଣସି କଟକଣା ନାହିଁ

Related Posts