ଗୁଜୁରାଟ : ଗତକାଲି ବହୁ ଧୁମ୍ ଧାମରେ ପାଳନ ହୋଇଛି ରାମନବମୀ । ତେବେ କେତେକ ସ୍ଥାନରେ ଶାନ୍ତି ଓ ସୁଖର ମହୋଲ ଥିବା ବେଳେ ଆଉ କେତେକ ସ୍ଥାନରେ ଉତେଜେନା ଓ ସଙ୍ଘର୍ଷ ଦେଖିବାକୁ ମିଳିଛି । ଗୁଜୁରାଟର ହିମ୍ମତ ନଗର ଓ ସମ୍ଭାତ ସହରରେ ରବିବାର ରାମନବମୀ ଶୋଭାଯାତ୍ରା ସମୟରେ ଦୁଇଟି ସମ୍ପ୍ରଦାୟ ମଧ୍ୟରେ ସାମ୍ପ୍ରଦାୟିକ ବିବାଦ ଦେଖାଦେଇଛି। ସାମ୍ପ୍ରଦାୟିକ ବିବାଦ ସମୟରେ ଲୋକମାନେ ପରସ୍ପରକୁ ପଥର ଫିଙ୍ଗିବା ସହିତ ସେଠାରେ ଥିବା ଦୋକାନ ବଜାର ଭାଙ୍ଗି ଦେଇଥିଲେ।
ଏନେଇ ପୋଲିସ ଉତ୍ତେଜନାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପଥର ଫିଙ୍ଗୁଥିବା ଲୋକମାନଙ୍କ ଉପରେ ଲୁହ ବୁହା ଗ୍ୟାସ ପ୍ରୋୟୋଗ କରିଥିଲା। ଏହି ଉତ୍ତେଜନାରେ ଆହତଙ୍କ ସଂଖ୍ୟା କେତେ ତାହା ଜଣା ପଡ଼ିନାହିଁ ବୋଲି ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ କହିଛନ୍ତି।
ଜଣେ ପୋଲିସ ଅଧିକାରୀ କହିଛନ୍ତି ରାମ ନବମୀ ଶୋଭାଯାତ୍ରା ସମୟରେ ଦୁଇଟି ସମ୍ପ୍ରଦାୟ ମଧ୍ୟରେ ବିବାଦ ଉପୁଜିବା ସହିତ ଉତ୍ତେଜନା ମୂଳକ ପରିସ୍ଥିତି ଦେଖା ଦେଇଥିଲା ଓ ଉତ୍ତେଜନାକାରୀମାନେ ପରସ୍ପର ମଧ୍ୟରେ ପଥରେ ଫିଙ୍ଗିଥିଲେ। ପରେ ଏହି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୋଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା। ଶେଷରେ ଅଣାୟତ୍ତ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସହର ବାହାରୁ ଅଧିକ ପୋଲିସ ବାହିନୀଙ୍କୁ ଅଣାଯାଇଥିଲା । ଏବେ ସ୍ଥିତି ଟିକେ ସ୍ଵାଭାବିକ ଥିବା ବେଳେ, ଗଳି କନ୍ଦି ଓ ମୁଖ୍ୟରାସ୍ତା ମାନଙ୍କରେ ପୋଲିସ ମୁତୟନ ହୋଇଛନ୍ତି ।