କନ୍ଧମାଳ ବାଲିଗୁଡାରେ ବିପୁଳ ପରିମାଣର ଗଞ୍ଜେଇ ଚାଷ ନଷ୍ଟ କଲା ପୋଲିସ

ବାଲିଗୁଡ଼ା : ବାଲିଗୁଡା ପୋଲିସର କଡ଼ା କାର୍ଯ୍ୟନୁଷ୍ଠାନ । ୨କୋଟି ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରିଛି ପୋଲିସ । କନ୍ଧମାଳ ଜିଲ୍ଲା ବାଲିଗୁଡାରେ ବିପୁଳ ପରିମାଣର ଗଞ୍ଜେଇ ଚାଷ ନଷ୍ଟ କରିଛି ପୋଲିସ l ବାଲିଗୁଡା ଥାନା ଅଧିକାରୀଙ୍କ ନେତୃତ୍ୱରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହି ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି ।

ଖବର ଅନୁଯାୟୀ, ପୋଲିସ ଫୋର୍ସ ଏବଂ ଅବକାରୀ ବିଭାଗ ମିଳିତ ଭାବେ ବାଲିଗୁଡା ଥାନା ଦୁଦୃକିଆ ଗ୍ରାମ ପଞ୍ଚାୟତ ସିପାଞ୍ଜିର ଅଞ୍ଚଳରେ ଚଢାଉ କରିଥିଲା । ଏଠାରେ ସରକାରୀ ଜମିରେ ହୋଇଥିବା ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କରିଛନ୍ତି l ଯାହାର ଆନୁମାନିକ ମୂଲ୍ୟ ଦୁଇ କୋଟି ଦଶ ଲକ୍ଷ ଟଙ୍କା ହେବବୋଲି ଥାନା ଅଧିକାରୀ କହିଛନ୍ତି । ଏନେଇ ବାଲିଗୁଡା ଥାନାରେ ଏନ. ଡ଼ି. ପି. ଏସ ଆକ୍ଟରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି l

Related Posts