ପ୍ରଧାନମନ୍ତ୍ରୀଙ୍କ ଜମ୍ମୁ-କାଶ୍ମୀର ଗସ୍ତ ପୂର୍ବରୁ ଥରିଲା ବିଶ୍ରାହ ଇଲାକାର ଲଲିୟାନା ଗାଁ: ୧୨ କିଲୋମିଟର ଯାଏଁ ଶୁଭିଲା ଶବ୍ଦ

ଜମ୍ମୁ ଓ କଶ୍ମୀର: ଜମ୍ମୁ ଓ କଶ୍ମୀର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୩୭୦ ଅନୁଚ୍ଛେଦ ହଟିବା ପରେ ଆଜି ପ୍ରଥମ ଥର ଜମ୍ମୁ-କାଶ୍ମୀର ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ । ତେବେ ପ୍ରଧାନମନ୍ତ୍ରୀ ଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ବେଳେ ଏଠାରେ ଏକ ଇଲାକାରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣ ଏତେ ଅଧିକ ଥିଲା ଯେ ଏହାର ଶବ୍ଦ ୧୨ କିଲୋମିଟର ଯାଏଁ ଶୁଭିଥିଲା ।

ରିପୋର୍ଟ ମୁତାବକ, ଆଜି ସକାଳୁ ହୋଇଥିବା ଏହି ବିସ୍ଫୋରଣ ସୁରକ୍ଷା ଏଜେନ୍ସିର ଚିନ୍ତା ବଢାଇଦେଇଛି । ଏହି ବିସ୍ଫୋରଣ ଜମ୍ମୁର ବିଶ୍ରାହ ଇଲାକାର ଲଲିୟାନା ଗାଁରେ ହୋଇଛି । ଏହି ସ୍ଥାନ ପ୍ରଧାନମନ୍ତ୍ରୀଙ୍କ ପାଇଁ ହେବାକୁ ଥିବା ର୍ୟାଲି ସ୍ଥାନ ଠାରୁ ୮ କିଲୋମିଟର ଦୂରତାରେ ଅବସ୍ଥିତ ।

ଆତଙ୍କବାଦୀଙ୍କ ଆକ୍ରମଣ ଷଡ଼ଯନ୍ତ୍ର ସତ୍ୱେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାମ୍ମୁ ଗସ୍ତରେ ଯିବେ । ଜାମ୍ମୁ ଏବଂ କାଶ୍ମୀରରୁ ଧାରା ୩୭୦ ହଟିବା ଏବଂ ରାଜ୍ୟ ମାନ୍ୟତା ହରାଇବା ପରେ ଏହା ହେଉଛି ମୋଦିଙ୍କ ପ୍ରଥମ ଜାମ୍ମୁ କାଶ୍ମୀର ଗସ୍ତ । ଜାତୀୟ ପଞ୍ଚାୟତରାଜ ଦିବସ ଉପଲକ୍ଷେ ମୋଦୀ ପାଲ୍ଲି ଗାଁରେ ଏକ ରାଲି କରିବାର କାର୍ୟ୍ୟକ୍ରମ ରହିଛି । ମୋଦୀଙ୍କ ଗସ୍ତଙ୍କୁ ଭଣ୍ଡୁର କରିବାକୁ ଆତଙ୍କବାଦୀମାନେ କରିଥିବା ଆତଙ୍କବାଦୀ ଯୋଜନାକୁ ସେନା ଓ ପୋଲିସ ବିଫଳ କରିଛି । ଦୁଇ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଯବାନ ସହୀଦ ହୋଇଛନ୍ତି । ପୋଲିସ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଏସର୍ମ୍ପକରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ସେଠାରେ ସେ ଏକ ଦେଶର ଗ୍ରାମ ସଭାକୁ ସମ୍ବୋଧିତ କରିବେ । ଏଥିସହ ସେଠାକାର ବିକାଶ ପାଇଁ ୨୦ ହଜାର କୋଟିର ପ୍ରକଳ୍ପର ଉଦଘାଟନ କରିବା ସହ ଭିତିପ୍ରସ୍ଥର ସ୍ଥାପନ କରିବେ । ଜାମ୍ମୁ ଏବଂ କାଶ୍ମୀର ମଧ୍ୟରେ ଯୋଗାଯୋଗ ପାଇଁ ବାନିହାଲ କ୍ୱାଜିଗୁଣ୍ଡ ଟନେଲର ଉଦଘାଟନ କରିବାକର କାର୍ୟ୍ୟକ୍ରମ ରହିଛି । ଏଥିସହ ୫୦୦ କେଡବ୍ଲ୍ୟୁ ସୋଲାର ପାୱାର ପ୍ଲାଣ୍ଟର ଉଦଘାଟନ କରିବେ ମୋଦୀ । ମୋଦୀଙ୍କ ଗସ୍ତଙ୍କୁ ଭଣ୍ଡୁର କରିବାକୁ ଆତଙ୍କବାଦୀମାନେ ଯୋଜନା କରିଥିବା ନେଇ ଜାମ୍ମୁ ପୋଲିସ ସୂଚନା ଦେଇଛି ।

ଆତଙ୍କବାଦୀଙ୍କୁ ନେବାରେ ସହଯୋଗ କରିଥିବା ଟ୍ରକ ଚାଳକକୁ ପୋଲିସ ଗିରଫ କରିବା ପରେ ଏସର୍ମ୍ପକେରେ ସୂଚନା ମିଳିଛି

Related Posts