ଆଜିଠୁ ପାଞ୍ଚ ଦିନିଆ ରିମାଣ୍ଡରେ ଗଲେ ରସିକିଆ ଡାକ୍ତର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପାଞ୍ଚ ଦିନିଆ ରିମାଣ୍ଡରେ ଗଲେ ରସିକିଆ ଡାକ୍ତର । ଦିନକୁ ଦିନ ଠକ ଡାକ୍ତରଙ୍କ ପତ୍ନୀଙ୍କ ତାଲିକା ବଢ଼ିବାରେ ଲାଗିଛି । ପୁଲିସ ହାତରେ ମଧ୍ୟ ଗୋଟିଏ ପରେ ଗୋଟିଏ ଚଂଚଲ୍ୟକର ତଥ୍ୟ ଲାଗୁଛି । ଠକେଇ ଘଟଣା ଓ ପରିମାଣ ବି ବଢ଼ି ଚାଲିଛି । ଏସବୁର ଗୁମର ଖୋଲିବା ପାଇଁ ରମେଶକୁ ରିମାଣ୍ଡରେ ଆଣି ଖୋଳତାଡ଼ କରିବ ପୁଲିସ ।

ଆଜିଠାରୁ ୫ ଦିନିଆ ରିମାଣ୍ଡରେ ଆଣି ୩୦ ବର୍ଷର ଇତିହାସ ଖୋଜିବ ପୁଲିସ । ସେହିପରି ଅଧିକ ଖୋଳତାଡ଼ ପାଇଁ ଗଠନ ହୋଇଥିବା ସ୍ୱତନ୍ତ୍ର ଟିମ୍ ଖୁବଶୀଘ୍ର ରାଜ୍ୟ ବାହାରକୁ ଯିବ । ସେଠାରେ ଯେଉଁ ମହିଳାମାନଙ୍କୁ ଛଳନା କରି ରମେଶ ବିବାହ କରିଛି, ସେମାନେ ଯଦି ଚାହିଁବେ ତାହେଲେ ପୁଲିସ ଅଭିଯୋଗ ଗ୍ରହଣ କରିବ । ଏପରିକି ସ୍ୱତନ୍ତ୍ର ଟିମରେ ଥିବା କାଉନସେଲର ସେମାନଙ୍କୁ କାଉନସେଲିଂ କରିବେ ବୋଲି ଜଣାପଡ଼ିଛି ।

Related Posts